Get Updates
Get notified of breaking news, exclusive insights, and must-see stories!

ସ୍କୁଲ ବହିରେ ଜାତୀୟ ସଙ୍ଗୀତରୁ ଉତ୍କଳ-ବଙ୍ଗ ଗାଏବ

ଜାତୀୟ ସଂଗୀତରେ ତୃତୀୟ ଧାଡିର ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ ପରେ ଫାଙ୍କା ସ୍ଥାନ ଦେଖିବାକୁ ମିଳିଛି ।

ଲକ୍ଷ୍ନୌ: ସ୍କୁଲ ବହିରେ ଜାତୀୟ ସଙ୍ଗୀତ 'ଜନଗଣ ମନ ଅଧିନାୟକ'ରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ । ଛାତ୍ରଛାତ୍ରୀ ପଢା ବହିରେ ଜାତୀୟ ସଂଗୀତର ଅଧା ପଢୁଥିବା ଜଣାପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ । ଜାତୀୟ ସଂଗୀତରେ ତୃତୀୟ ଧାଡିର ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ ପରେ ଫାଙ୍କା ସ୍ଥାନ ଦେଖିବାକୁ ମିଳିଛି । ପ୍ରାୟ ସାଢେ 2 ଲକ୍ଷରୁ ଅଧିକ ବହିରେ ଏହି ତ୍ରୁଟି ରହିଛି । ଏହାକୁ ନେଇ ଦେଖାଦେଇଛି ବିବାଦ। ଏଥିସହିତ କଂଗ୍ରେସ ଜନତା ପାର୍ଟିକୁ ଟାର୍ଗେଟ କରିଥିବା ଦେଖାଯାଇଛି ।

book
ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ସରକାରୀ ସ୍କୁଲଲରେ ପ୍ରଥମରୁ ଅଷ୍ଟମ ଯାଏଁ ପାଖାପାଖି 2 ଲକ୍ଷ ପିଲା ପାଠ ପଢୁଛନ୍ତି । କିନ୍ତୁ ହିନ୍ଦୀ ବହିରେ ଥିବା ଜାତୀୟ ସଙ୍ଗୀତରୁ 'ଉତ୍କଳ-ବଙ୍ଗ' ଧାଡିଟି ଉଭାନ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟା କରିଛି ।

ଏହି ଘଟଣା ନେଇ କଂଗ୍ରେସ ଜିଲ୍ଲା ସଭାପତି ଅରୁଣ ବିଦ୍ୟାର୍ଥୀ କହିଛନ୍ତି, '' ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ଦୁଃଖ ବିଜେପି ଭୁଲି ପାରୁନାହିଁ । ସେଥିପାଇଁ ସେ ଜାତୀୟ ସଙ୍ଗୀତରେ ଉତ୍କଳ-ବଙ୍ଗ ଧାଡିଟି ପ୍ରିଣ୍ଟ କରିନି । ଆମେ ଏହା ଉପରେ ଆନ୍ଦୋଳନ କରିବୁ ।'' ଏନେଇ ତଦନ୍ତ କରାଯିବା ଉଚିତ ବୋଲି ଦାବି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+