ନେତାଙ୍କୁ ପ୍ରଥମେ ଫୁଲ ମାଳ, ପରେ ଶକ୍ତ ଚାପୁଡ଼ା ମାରିଲେ ଯୁବକ, ଜାଣନ୍ତୁ ପୁରା ଘଟଣା.....

ବୁଧବାର ଦିନ ଉତ୍ତର ପ୍ରଦେଶର ରାୟବରେଲିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ RSSPର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା। ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମାଳ ପିନ୍ଧାଇବା ପରେ, ଜଣେ ଯୁବକ ତାଙ୍କୁ ପଛରୁ ଚାପୁଡ଼ା ମାରିଥିଲେ । ଏହା ପରେ, ସ୍ୱାମୀ ପ୍ରସାଦଙ୍କ ସମର୍ଥକମାନେ ଯୁବକଙ୍କୁ ନିର୍ଦ୍ଧୁମ ପିଟିବା ପରେ ରାୟବରେଲି ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

swami prasad maurya

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଏବଂ ଶୋଷିତ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ରାଏବରେଲିର ସିଭିଲ ଲାଇନ୍ସରେ ପହଞ୍ଚିବା ପରେ ଲୋକମାନେ ତାଙ୍କୁ ମାଲ୍ୟାର୍ପଣ କରି ସ୍ୱାଗତ ଜଣାଇଥିଲେ। ଏହି ସମୟରେ ଲୋକଙ୍କ ଭିଡ଼ ମଧ୍ୟକୁ ହଠାତ ଜଣେ ଅଜଣା ଯୁବକ ପଶି ଆସି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମାଳା ପିନ୍ଧାଇ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା। ସଙ୍ଗେସଙ୍ଗେ ମୌର୍ଯ୍ୟଙ୍କ ସମର୍ଥକ ଓ ସୁରକ୍ଷାକର୍ମୀମାନେ ଉକ୍ତ ଯୁବକକୁ କାବୁ କରି ପୁଲିସ ଜିମ‌ା ଦେଇଥିଲେ।

ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁବକ ଜଣକ ଲୋକଙ୍କ ଭିଡ଼ ମଝିରେ ମନ୍ତ୍ରୀଙ୍କୁ ଏପରି ଚାପୁଡ଼ା ମାରିବାକୁ କେମିତି ସାହାସ କରି ପାରିଲେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+