କୁକୁର ଉପରେ ସରକାରଙ୍କ ନୂଆ ନିୟମ: କାମୁଡ଼ିଲେ ହୋଇପାରେ ଜେଲ ଏବଂ ଆଜୀବନ କାରାଦଣ୍ଡ
କୁକୁରଙ୍କୁ ମିଳିବ ଆଜୀବନ ଜେଲ୍ଦଣ୍ଡାଦେଶ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି? କିନ୍ତୁ କଥାଟି ସତ। ଉତ୍ତର ପ୍ରଦେଶ ସରକାର ଦେଇଛନ୍ତି ଏଭଳି କିଛି ନିର୍ଦ୍ଦେଶ। ସେପ୍ଟେମ୍ବର ୧୦ ତାରିଖରେ ଉତ୍ତର ପ୍ରଦେଶର ପ୍ରମୁଖ ସଚିବ ଅମୃତ ଅଭିଜିତ ସମସ୍ତ ଗ୍ରାମ ପଞ୍ଜାୟତ, ଏନ୍ଏସି, ମ୍ୟୁନିସିପାଲିଟିକୁ ଏକ ଚିଠି ପଠାଇଛନ୍ତି। ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ଯଦି ଗୋଟିଏ କୁକୁର ବିନା ଉସୁକାଇବାରେ କୌଣସି ମଣିଷକୁ କାମୁଡ଼େ, ତା'ହେଲେ ତାକୁ ୧୦ ଦିନ ପର୍ଯ୍ୟନ୍ତ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରରେ ରଖାଯିବ। ଯଦି ସେହି କୁକୁର ବିନା ଉସୁକାଇବାରେ ପୁଣି ଥରେ କାହାକୁ କାମୁଡ଼େ, ତା'ହେଲେ ତାକୁ ସାରା ଜୀବନ ପାଇଁ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରରେ ରଖାଯିବ। ଏଥିରୁ ବର୍ତ୍ତିବ ପାଇଁ ସେହି କୁକୁର ପାଖରେ କେବଳ ଗୋଟିଏ ବିକଳ୍ପ ରହିବ।
ଯଦି କୌଣସି ବ୍ୟକ୍ତି ତାକୁ ଘରେ ରଖି ପାଳିବା ପାଇଁ ଚାହିଁବେ, ତା'ହେଲେ ସେହି କ୍ଷେତ୍ରରେ ତାକୁ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରରେ ରଖାଯିବ ନାହିଁ। କିନ୍ତୁ ସେହି କୁକୁରକୁ ପାଳିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କୁ ଏଥିପାଇଁ ସତ୍ୟପାଠ ଦାଖଲ କରି ନିଶ୍ଚିତ କରିବାକୁ ପଡ଼ିବ ଯେ ସେ ସେହି କୁକୁରକୁ କଦାପି ବାହାରକୁ ବା ରାସ୍ତାକୁ ଛାଡ଼ିବେ ନାହିଁ। ଯଦି ଏହି ନିୟମ ଉଲ୍ଲଂଘନ କରିବେ, ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହି ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଯଦି କୌଣସି ବ୍ୟକ୍ତି ବୁଲା କୁକୁର କାମୁଡ଼ିବା ପରେ ଆଣ୍ଟି-ରେବିଜ ଭ୍ୟାକ୍ସିନ ନିଅନ୍ତି, ତା'ହେଲେ ସେହି ଘଟଣାର ତଦନ୍ତ ହେବ। ସେହି କୁକୁରକୁ ନିକଟସ୍ଥ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରକୁ ନିଆଯିବ। ଯଦି ତାକୁ ପୂର୍ବରୁ ଟିକା ଦିଆଯାଇନଥିବ, ତା'ହେଲେ ଟିକା ଦିଆଯିବ।

ସେହିପରି ଯଦି ପୂର୍ବରୁ ତା'ର ବନ୍ଧ୍ୟାକରଣ କରାଯାଇନଥିବ, ତା'ହେଲେ ସେହି କାର୍ଯ୍ୟ ସଂପାଦନ କରାଯିବ। ସେଠାରେ ତାକୁ ୧୦ ଦିନ ନିରୀକ୍ଷଣରେ ରଖାଯିବ ଓ ତା'ର ବ୍ୟବହାରକୁ ଲକ୍ଷ୍ୟ କରାଯିବ। ସେଠାରୁ ଛାଡ଼ିବା ପୂର୍ବରୁ ତା' ଶରୀରରେ ଏକ ମାଇକ୍ରୋଚିପ୍ ଲଗାଯିବ, ଯାହା ତା' ବିଷୟରେ ସବିଶେଷ ସୂଚନା ଦେଇପାରିବ ଓ ସେ କେଉଁ ସ୍ଥାନରେ ରହୁଛି, ତାହା ଚିହ୍ନଟ କରିହେବ। ଯଦି ସେହି କୁକୁର ବିନା ଉସୁକାଇବାରେ ପୁଣି କାହାକୁ କାମୁଡ଼େ, ତା'ହେଲେ ତାକୁ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରରେ ସାରା ଜୀବନ ରଖାଯିବ।
ତେବେ କୁକୁରଟିକୁ କେହି ଉସୁକାଇଛନ୍ତି ନା ନାହିଁ, କେମିତି ଜଣାପଡ଼ିବ? ଏହାର ଜବାବରେ ପ୍ରୟାଗରାଜ ପୌରପାଳିକାର ପ୍ରାଣୀ ଚିକିତ୍ସକ ଡାକ୍ତର ବିଜୟ ଅମୃତ ରାଜ କହିଛନ୍ତି ଯେ ଏଥିପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। କମିଟିରେ ଜଣେ ପ୍ରାଣୀ ଚିକିତ୍ସକ, ପ୍ରାଣୀମାନଙ୍କ ବ୍ୟବହାରକୁ ବୁଝି ପାରୁଥିବା ଜଣେ ବିଶେଷଜ୍ଞ ଓ ପୌରପାଳିକା ବା ଏନ୍ଏସିର ଜଣେ କର୍ମଚାରୀଙ୍କୁ ସାମିଲ କରାଯିବ। ସେମାନେ ଉକ୍ତ ଘଟଣାର ତଦନ୍ତ କରିବେ ଓ କୁକୁରଟିକୁ ଉସୁକାଯାଇଥିଲା ନା ନାହିଁ, ତାହା ନିର୍ଣ୍ଣୟ କରିବେ। ଯଦି କୌଣସି ବ୍ୟକ୍ତି ପଥର ଫିଙ୍ଗିବା ପରେ କୁକୁର ତାଙ୍କୁ କାମୁଡ଼ି ଥିବ, ତା'ହେଲେ, ତାହାକୁ ଉସୁକାଇବା ବର୍ଗରେ ହିସାବ କରାଯିବ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications