ଭୟଙ୍କର ଅଗ୍ନିକାଣ୍ଡ: ଶୋ’ ରୁମରେ ଲାଗିଲା ନିଆଁ, ୪ ଜଣ ଜୀବନ୍ତ ଦଗ୍ଧ
ଝାନସୀ: ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ମାର୍କେଟ୍ ଅଗ୍ନିକାଣ୍ଡ ହୋଇଛି । ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା ।

ଝାନସୀର ସିପରି ବଜାର ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ଶୋ' ରୁମରେ ଗତକାଲି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଶୋ' ରୁମରେ ଏକ ଇଲେକଟ୍ରୋନିକ୍ ଶୋ' ରୁମ୍ ଥିବା ବେଳେ ଏକ ସ୍ପୋର୍ଟ୍ସ ଶୋ' ରୁମ୍ ବି ରହିଥିଲା । ଗତକାଲି ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ଉକ୍ତ ଶୋ' ରୁମରେ ବହୁତ ଲୋକ ଥିଲେ । ଅନ୍ୟମାନେ ଧାଁଦୌଡ଼ କରି ବାହାରି ଯାଇଥିବା ବେଳେ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ । ୩ ଜଣ ଶୋ' ରୁମ୍ ଭିତରେ ଜଳି ଯାଇଥିବା ବେଳେ ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ନିଆଁ ଏତେ ଭୟଙ୍କର ଭାବେ ଲାଗି ଯାଇଥିଲା ଯେ, ଏହାକୁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଏଥିସହ ସେନାର ବି ସହାୟତା ନିଆ ଯାଇଥିଲା। ସେନା ସହାୟତାରେ ପାଖାପାଖି ୧୦ ଘଣ୍ଟା ଚାଲିଥିଲା ରେସକ୍ୟୁ ଅପରେସନ୍ । ସେନା ସହିତ ପୋଲିସ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲା ।
ପ୍ରଥମେ ମାର୍କେଟରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ ଲାଗିଥିଲା । ଏହା ପରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା । ମାର୍କେଟରେ ଅଧିକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନ ଥିବାରୁ ନିଆଁ ବ୍ୟାପିଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ











Click it and Unblock the Notifications