Get Updates
Get notified of breaking news, exclusive insights, and must-see stories!

ନେପାଳ ହିଂସା ନେଇ ଭାରତୀୟଙ୍କ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜାରି କଲେ ହେଲ୍ପଲାଇନ ନଂ

ନେପାଳରେ ସୋସିଆଲ୍‌ ମିଡିଆ ନିଷିଦ୍ଧ ଘଟଣାକୁ ନେଇ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଦୁଇ ଦିନ ହେଲା ଭୟାନକ ରୂପ ନେଇଥିଲା | ଅବଶ୍ୟ ଆଜି ଟିକେ ମାମଲା ଶାନ୍ତ ରହିଛି | ସରକାରର ପତନ ପରେ ସେନା ବର୍ତ୍ତମାନ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେନା ମଧ୍ୟସ୍ଥତାରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି।

ନେପାଳରେ ଅସ୍ଥିରତାର ପ୍ରଭାବ ଉତ୍ତରପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାରେ ପଡିବାକୁ ଲାଗିଛି । ତେଣୁ ନେପାଳ ସୀମାରେ ଥିବା ବହରାଇଚ, ଶ୍ରାବସ୍ତି, ଲକ୍ଷ୍ମୀପୁର ଏବଂ ମହାରାଜଗଂଜରେ ହାଇଆଲର୍ଟ ଜାରି ହୋଇଛି । ବେପାର, ପଢିବା ଏବଂ ପ୍ରତିଦିନ ମାର୍କେଟ କାରଣରୁ ନେପାଳକୁ ଲାଗିଥିବା ଜିଲ୍ଲା ସବୁବେଳେ ସମ୍ବେଦନଶୀଳ ରହିଥାଏ । ଏଥିପାଇଁ ଉତ୍ତରପ୍ରଦେଶ ଯୋଗୀ ସରକାର ବର୍ଡରରେ କଡ଼ା ପ୍ରହାର ଲଗାଇଛନ୍ତି ।

Uttar Pradesh Govt

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗମ୍ଭୀରତାକୁ ଦେଖି ଡିଜିପି ରାଜୀବ କୃଷ୍ଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନେପାଳ ସୀମାରେ ୨୪ ଘଣ୍ଟା ପୋଲିସ ଆଲର୍ଟ ରହିବା ସହିତ ସମସ୍ତ ସମ୍ବନ୍ଧୀୟ ଜିଲ୍ଲାରେ ଅତିରିକ୍ତ ପୋଲିସ ବଳ ନିୟୋଜିତ କରିବାକୁ କହିଛନ୍ତି । ସୀମାରେ ସୁରକ୍ଷା ଏଜେନ୍ସୀଙ୍କୁ ଛୋଟ ବଡ଼ ସୂଚନାରେ ସତର୍କ ରହିବାକୁ କହିଛନ୍ତି । ସୀମାବର୍ତ୍ତୀ ଅଂଚଳରେ ଯବାନ ସତର୍କ ରହିଛନ୍ତି । କୌଣସି ସନ୍ଦିଗ୍ଧ ଗତିବିଧିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ କୁହାଯାଇଛି । ଡ୍ରୋନ ଜରିଆରେ ନଜର ରଖାଯାଇଛି ।

ସେପଟେ ନେପାଳରେ ବହୁଳ ମାତ୍ରାରେ ଭାରତୀୟ ନାଗରିକ ଫସିଛନ୍ତି । ବେପାରୀ, ଛାତ୍ର, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ସାମିଲ ରହିଛନ୍ତି । ସେମାନଙ୍କ ସୁରକ୍ଷା ଏବଂ ଫେରାଇ ଆଣିବା ପାଇଁ ୟୁପି ପୋଲିସ ମୁଖ୍ୟାଳୟ ଲକ୍ଷ୍ନୌରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହି କଣ୍ଟ୍ରୋଲରୁମ ୨୪ ଘଣ୍ଟା ସକ୍ରତ' ରହିଛି । ହେଲପଲାଇନ ନମ୍ବର ଏବଂ ହ୍ବାଟସଆପ୍ ନମ୍ବର ଜାରି କରାଯାଇଛି । ହେଲପଲାଇନ ନମ୍ବର :୦୫୨୨-୨୩୯୦୨୫୭, ୦୫୨୨-୨୭୨୪୦୨୦, ୯୦୫୪୪୦୧୬୭୪, ହ୍ବାଟସଆପ୍ ନମ୍ବର : ୯୪୫୪୪୦୧୬୭୪

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+