ପରପାରିରେ ବିଜେପିର ବରିଷ୍ଟ ନେତା

ନୂଆଦିଲ୍ଲୀ: କ୍ରମାଗତ ସାତଥର ବାରାଣାସୀ ସହରର ବିଧାୟକ ରହିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଶ୍ୟାମ ଦେବ ରାୟ ଚୌଧୁରୀ (୮୫)ଙ୍କ ମଙ୍ଗଳବାର ପରଲୋକ ହୋଇଛି । ମଙ୍ଗଳବାର ସକାଳେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ଶ୍ୟାମ ଦେବଙ୍କର ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ବିଷୟରେ ସୂଚନା ପ୍ରଦାନ କରି ବିଜେପିର ଜଣେ ଅଧିକାରୀ କହିଛନ୍ତି,'ଦାଦା ନାମରେ ବେଶ ଜଣାଶୁଣା ଥିବା ଚୌଧୁରୀ କିଛି ଦିନ ହେବ ବୟସ ଜନିତ ସମସ୍ୟାରେ ପୀଡିତ ଥିଲେ ଆଜି ତାଙ୍କର ଦେହାନ୍ତ ହୋଇଛି।'

ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ୟାମ ଦେବ ରାୟ ଚୌଧୁରୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି କ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ବାରାଣାସୀଗସ୍ତ ସମୟରେ ଡାକ୍ତରଖାନାରେ ଚୌଧୁରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ।ବିଜେପି ମହାନଗର ଅଧ୍ୟକ୍ଷ ବିଦ୍ୟାସାଗର ରାୟ କହିଛନ୍ତି,'ମସ୍ତିଷ୍କ ରକ୍ତସ୍ରାବ ହେତୁ ଶ୍ୟାମ ଦେବ ରାୟ ଚୌଧୁରୀଙ୍କୁ ମହମୁରଗଞ୍ଜସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି।

modi and Shyamdev Rai Chaudhary

ଦାଦାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି । ଦାଦା ତାଙ୍କର ସରଳ ସ୍ବଭାବ କାରଣରୁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ରହିଥିଲେ । ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି, 'ବରିଷ୍ଠ ବିଜେପି ନେତା ଶ୍ୟାମଦେବ ରାୟ ଚୌଧୁରୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖୀତ। ଚୌଧୁରୀ ସାରା ଜୀବନ ଜନସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରି ଦେଇଥିଲେ। ଆମେ ସମସ୍ତେ ସ୍ନେହରେ ତାଙ୍କୁ 'ଦାଦା' ବୋଲି ଡାକୁଥିଲୁ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+