ହାଥରସ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Stampede Latest Update: ଉତ୍ତରପ୍ରଦେଶର ହାଥରସ ସତସଙ୍ଗରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧କୁ ବୃ୍ଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି । ଏହି ଘଟଣା ପରେ ସିଏମ୍ ଯୋଗୀ ଆଦିତ୍ୟନାଥ ହାଥରସ୍ ଗସ୍ତରେ ଅଛନ୍ତି। ସେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ଅପଡେଟ୍ ନେବା ସହ ଡାକ୍ତରଖାନା ଯାଇ ଆହତଙ୍କୁ ଭେଟିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ହାଥରସ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଏପରି କାର୍ଯ୍ୟକ୍ରମରେ ଲୋକଙ୍କ ସୁରକ୍ଷା ପାଇଁ କୌଣସି ଆଇନ ନାହିଁ। ତେଣୁ, ଏହିପରି କାର୍ଯ୍ୟକ୍ରମରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ପ୍ରଣୟନ କରାଯିବା ଉଚିତ୍ । ଯେପରି- ସତସଙ୍ଗ ଚାଲିଥିବା ସ୍ଥାନ କେତେ ବଡ଼, ସେଠାରୁ ଡାକ୍ତରଖାନା କେତେ ଦୂର? କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ପରି 'ଅନ୍ଧ ବିଶ୍ୱାସ' ବିରୁଦ୍ଧରେ ଆଇନ ପ୍ରଣୟନ କରାଯିବା ଆବଶ୍ୟକ, ଯାହାଫଳରେ ଟଙ୍କା ଲୁଟି ନେଇଥିବା ନକଲି ଲୋକଙ୍କୁ ବାରଣ କରାଯାଇପାରିବ।
#WATCH उत्तर प्रदेश के मुख्यमंत्री योगी आदित्यनाथ ने हाथरस के सरकारी अस्पताल में भगदड़ की घटना में घायल हुए लोगों से मुलाकात की और उनके स्वास्थ्य के बारे में जानकारी ली। pic.twitter.com/wR5xZY47ys
— ANI_HindiNews (@AHindinews) July 3, 2024
ହାଥରସ୍ ଘଟଣାରେ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, "ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଲୋକମାନେ ଅକାଳ ସମୟରେ ପରିବାର ହରାଇଛନ୍ତି। ଯେଉଁମାନେ ପରିବାର ହରାଇଛନ୍ତି ଏବଂ ଆହତ ହୋଇଛନ୍ତି ସେମାନଙ୍କୁ ଭଗବାନ ଶକ୍ତି ଦିଅନ୍ତୁ।












Click it and Unblock the Notifications