ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏବେ ଭଗବାନ ଶ୍ରୀକୃଷ୍ଣଙ୍କ ଏଣ୍ଟ୍ରି
ବାରାଣାସୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖଉଛି, ରାଜନୀତି ସେତିକି ଜୋର ଧରିବାରେ ଲାଗିଛି। ଉତ୍ତରପ୍ରଦେଶ ନିର୍ବାଚନରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବିଗତ କିଛି ଦଶନ୍ଧି ଧରି ପ୍ରମୁଖ ବିଷୟ ହୋଇ ରହିଛି । ରାମ ମନ୍ଦିର ନିର୍ମାଣ ସହିତ ପ୍ରଭୁ ଶ୍ରୀରାମ ମଧ୍ୟ ବିଭିନ୍ନ ନେତାଙ୍କ ଭାଷଣରେ ସ୍ଥାନିତ ହେଉଥିବା ବେଳେ ଏବେ ଏଥିରେ ପ୍ରବେଶ କରିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ଅର୍ଥାତ ରାମଙ୍କ ନାମ ସହିତ ଶ୍ରୀକୃଷ୍ଣଙ୍କ ନାମରେ ଏବେ ଜୋର ଧରିଛି ରାଜନୀତି।

ନିର୍ବାଚନ ସଭାରେ ଶୁଭିଲା ଶ୍ରୀକୃଷ୍ଣଙ୍କ ନାମ:
ସାଧାରଣତଃ ବିଜେପିକୁ ହିନ୍ଦୁତ୍ଵ ଦଳ ବୋଲି କୁହାଯାଏ। ରାମଙ୍କୁ ନେଇ ବିଜେପି ରାଜନୀତି କରୁଛି ବୋଲି ଏହାର ବିରୋଧୀ ସମାଲୋଚନା କରନ୍ତି । ତେବେ "ସୁହେଲଦେବ ଭାରତ ସମାଜ ଦଳ"ର ରାଷ୍ଟ୍ରୀୟ ସଭାପତି ଓମ ପ୍ରକାଶ ଆଜି ବାରାଣାସୀରେ ଏକ ସଭାରେ ସମ୍ବୋଧିତ କରି ଭଗବାନ ଶ୍ରୀକୃଷ୍ଣ ସମାଜବାଦୀ ଦଳ ସହିତ ଅଛନ୍ତି ବୋଲି କହିଥିଲେ । ଆପନା ଦଳ ସହିତ ନିର୍ବାଚନ ଗଠବନ୍ଧନ କରିଥିବା ଓମ ପ୍ରକାଶ ଯୋଗୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବାରଣାସୀରେ କାଶୀ ବିଶ୍ଵନାଥ ମନ୍ଦିର କରିଡୋର ପ୍ରକଳ୍ପ ଯୋଗୁଁ ଅନେକ ସ୍ଥାନୀୟ ବ୍ୟବସାୟୀଙ୍କୁ ଉଛେଦ କରାଯାଇଛି । ଭଗବାନ କୃଷ୍ଣ ଯାଦବ ବଂଶର ଥିଲେ, ସେଥିପାଇଁ ସେ ଅଖିଲେଶଙ୍କ ସହିତ ଯିବେ ବୋଲି କହିଛନ୍ତି ଓମ ପ୍ରକାଶ ।
ଭଗବାନ ଶ୍ରୀକୃଷ୍ଣ ମୋ ସ୍ଵପ୍ନରେ ଆସୁଛନ୍ତି: ଅଖିଲେଶ ସିଂ ଯାଦବ
ଉତ୍ତରପ୍ରଦେଶ ନିର୍ବାଚନରେ ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟରେ ପ୍ରତ୍ଯେକ ଦିନ ନୂଆ ନୂଆ ଢଙ୍ଗରେ ଯୋଗୀ ସରକାରକୁ ଟାର୍ଗେଟ କରୁଥିବା ଅଖିଲେଶ ଏକ ରୋଚକ କଥା କହିଛନ୍ତି । ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ଦାବି କରିଛନ୍ତି ଯେ, ଶ୍ରୀକୃଷ୍ଣ ତାଙ୍କ ସ୍ଵପ୍ନରେ ଆସୁଛନ୍ତି ଏବଂ ୟୁପିରେ ସମାଜବାଦୀ ପାର୍ଟି ସରକାର ଗଠନ କରିବ ବୋଲି କହୁଛନ୍ତି । ଏହି ଉକ୍ତି ଉତ୍ତରପ୍ରଦେଶ ନିର୍ବାଚନରେ ଏବେ ଚର୍ଚାର ବିଷୟ ପାଲଟିଛି। ଓମପ୍ରକାଶ ରାଜଭାର 2022 ମସିହାରେ ସମାଜବାଦୀ ପାର୍ଟି ସରକାର ଗଠନ କରିବାକୁ ଦାବି କରି ଆଗାମୀ ଦିନରେ ୟୁପିରେ ବିଜେପି ସରକାରର ବିନାଶ ବିଷୟରେ କହିଥିଲେ। କାଶୀ ବିଶ୍ୱନାଥ ଧାମର ମହାନ କରିଡର ବାହାନା କରି ରାଜଭାର ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ସରକାର ନିରୀହ ଭକ୍ତଙ୍କଠାରୁ ଟିକେଟ୍ ନେଇ ଗୁଜୁରାଟର ବ୍ୟବସାୟୀଙ୍କୁ ବ୍ୟବସାୟ ପାଇଁ ଡାକିବେ।
ଉତ୍ତରପ୍ରଦେଶ ନିର୍ବାଚନରେ ହିନ୍ଦୁତ୍ଵ ପ୍ରସଙ୍ଗ ନୂଆ ନୁହେଁ:

ବେଶ କିଛିବର୍ଷ ବିଜେପିକୁ ରାମଙ୍କ ଦଳ ବୋଲି ସମାଲୋଚନା କରି ଆସୁଥିବା କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏବେ ହିନ୍ଦୁତ୍ଵ ଆଡକୁ ଢାଳିବାରେ ଲାଗିଛନ୍ତି । ନିଜକୁ ଜନେଉଧାରୀ ହିନ୍ଦୁ ବୋଲି ଗତ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ଅଭିହିତ କରି ବିଭିନ୍ନ ଶୈବ ପିଠ ଦର୍ଶନ କରୁଥିବା ଦେଖା ଯାଇଥିଲା । ସେହିପରି, ଗତ ନିର୍ବାଚନରେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଖୋଲାଖୋଲି ଭାବରେ ନହେଲେ ବି ହିନ୍ଦୁତ୍ଵ ଏଜେଣ୍ଡା ପ୍ରତି ନରମ ମନୋଭାବ ପୋଷଣ କରି "ସଫ୍ଟ ହିନ୍ଦୁତ୍ଵ ଏଜେଣ୍ଡା" ଆଭିମୁଖ୍ଯ ଗ୍ରହଣ କରିଥିବା ଦ୍ରୁଷ୍ଟି ଗୋଚର ହୋଇଥିଲା । ତେବେ, ରାମଙ୍କୁ କେନ୍ଦ୍ର କରି ରାଜନୀତି ହେଉଥିବା ଉତ୍ତରପ୍ରଦେଶ ନିର୍ବାଚନରେ ନଟଖଟ ଶ୍ରୀକୃଷ୍ଣଙ୍କ ଏଣ୍ଟ୍ରି କଣ ନୂଆ ରଙ୍ଗ ଆଣିବ ଦେଖିବାକୁ ବାକି ରହିଲା ।












Click it and Unblock the Notifications