୯୦ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖିଲା ୟୁପି ପୋଲିସ୍
୯୦ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖିଛି ଉତ୍ତରପ୍ରଦେଶ ମଥୁରାର ନୌହଝିଲ ପୋଲିସ । ବର୍ତ୍ତମାନ ପୋଲିସ ସେମାନଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି । କିନ୍ତୁ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଜେଲ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହା ସହିତ ଭାରତରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ସମ୍ପର୍କରେ ଯାଞ୍ଚ କରାଯାଉଛି ।
ସୂଚନାନୁଯାୟୀ, ଶୁକ୍ରବାର ଦିନ ବାଂଲାଦେଶୀ ନାଗରିକ ଇଟା ଭାଟିରେ ୯୦ ଜଣ ଶ୍ରମିକଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ମଧ୍ୟରୁ ୩୫ଜଣ ପୁରୁଷ, ୨୭ଜଣ ମହିଳା ଏବଂ ୨୮ଜଣ ଶ୍ରମିକ ଶିଶୁ ରହିଛନ୍ତି । ସେମାନଙ୍କୁ ଅଟକ ରଖି ପଚରାଉଚରାକରାଯାଉଛି । ଏହା ବ୍ୟତୀତ ପୋଲିସ ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି ।

ଭାରତରେ ସେମାନେ ଅବେଆଇନ ଭାବରେ ରହୁଥିବା ଜଣାପଡିଛି । ସେମାନେ ବାଂଲାଦେଶୀ ନାଗରିକ ବୋଲି ମଧ୍ୟ ସ୍ବୀକାର କରିଛନ୍ତି । ପୋଲିସ ସେମାନଙ୍କ ପରିଚୟ ପାଇଁ ତଦନ୍ତରେ ବ୍ୟସ୍ତ ରହିଛି । ଏହା ସମେତ ସେମାନଙ୍କ ଠିକାଦାରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଆହୁରି ମଧ୍ୟ ପୋଲିସ ସେମାନଙ୍କ ପାଖରୁ ଆଧାରକାର୍ଡ ଜବତ କରାଯିବା ସହିତ ଅନ୍ୟ ରାଜ୍ୟର କାଗଜପତ୍ର ନକଲି ବୋଲି ସ୍ପଷ୍ଟ ହୋଇଛି ।












Click it and Unblock the Notifications