For Quick Alerts
Turn On Notification  
For Daily Alerts
Oneindia App Download

ଉତ୍କର୍ଷ ସମାରୋହ: ହିତାଧିକାରୀଙ୍କ କଥା ଶୁଣି ଭାବୁକ ହେଲେ ମୋଦି

ଗୁଜୁରାଟରେ ଆୟୋଜିତ ହୋଇଛି ଉତ୍କର୍ଷ ସମାରୋହ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

|

ନୂଆଦିଲ୍ଲୀ: ଗୁଜୁରାଟରେ ଆୟୋଜିତ ହୋଇଛି ଉତ୍କର୍ଷ ସମାରୋହ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟର ଜିଲ୍ଲା ଗୁଡିକରେ 4ଟି ସରକାରୀ ଯୋଜନାର ଶତପ୍ରତିଶତ କାର୍ଯ୍ୟକାରିତା ନେଇ ହିତାଧିକାରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ।

Modi

ଜଣେ ଦୃଷ୍ଟିବାଧିତ ହିତାଧିକାରୀଙ୍କ ସହ କଥା ହୋଇଥିଲେ ମୋଦି । ସେହି ସମୟରେ ସେମାନଙ୍କ ଝିଅଙ୍କ ଶିକ୍ଷା ବିଷୟରେ ତାଙ୍କୁ ପଚାରିଥିଲେ । ତାଙ୍କ 3 ଜଣ ଝିଅ ପାଠପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଡାକ୍ତର ହେବା ପଛର କାରଣ ପଚାରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, '' ବାପାଙ୍କ ଅବସ୍ଥାରେ ସୁଧାର ଆଣିବା ପାଇଁ ମୁଁ ଡାକ୍ତର ହେବାକୁ ଚାହୁଁଛି । ଏହା ଶୁଣିବା ମାତ୍ରେ ପ୍ରଧାନମନ୍ତ୍ରୀ ଭାବ ବିହ୍ବଳ ହୋଇ କିଛି ସମୟ ଚୁପ ହୋଇଯାଇଥିଲେ ।

ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ 31 ଯାଏଁ ଉତ୍କର୍ଷ ଡ୍ରାଇଭ ଆରମ୍ଭ କରିଥିଲେ । ରାଜ୍ୟର ସମସ୍ତ ଦରିଦ୍ର, ବିଧବା ଏବଂ ବାର୍ଦ୍ଧ୍ୟକ ଲୋକଙ୍କୁ ବିଭିନ୍ନ ଯୋଜନା ଜରିଆରେ ସହାୟତା ପ୍ରଦାନ କରିବା ଏହି ଡ୍ରାଇଭ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

4ଟି ଯୋଜନାରେ ମୋଟ 12, 854 ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଗଙ୍ଗା ସ୍ବରୁପା ଆର୍ଥିକ ସହାୟତା ଯୋଜନା, ଇନ୍ଦିରା ଗାନ୍ଧୀ ବୃଦ୍ଧ ସହାୟତା ଯୋଜନା, ନିରାଧର ବୃଦ୍ଧ ଆର୍ଥିକ ସହାୟତା ଯୋଜନା ଏବଂ ରାଷ୍ଟ୍ରୀୟ କୁଟୁମ୍ବ ସହାୟ ଯୋଜନା ଭଳି 4ଟି ଯୋଜନା ରହିଛି । ଯେଉଁମାନେ ଏହି ଯୋଜନାରେ ଲାଭବାନ ହୋଇନାହାନ୍ତି, ସେମାନଙ୍କ ଯୋଗାଯୋଗ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଥିଲା ଉତ୍କର୍ଷ କ୍ୟାମ୍ପ ଜିଲ୍ଲା ମ୍ୟୁନସିପାଲଟି ଅଞ୍ଚଳର ସମସ୍ତ ଗାଁ ଏବଂ ୱାର୍ଡରେ ଆୟୋଜିତ ହୋଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Modi gets emotional while talking to one blind beneficiary in utkarsh samaroh. this samaroh organised in Gujurat.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X