ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ

ନୂଆଦିଲ୍ଲୀ: ମହାନ ତବଲା ବାଦକ ଭାବରେ ସୁନାମ ଅର୍ଜନ କରିଥିବା ଜାକିର ହୁସେନଙ୍କ ପରଲୋକ ଘଟିଛି । ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କୁହାଯାଉଛି ଯେ ସେ ହାର୍ଟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ଆଉ ଏବେ ତାଙ୍କର ମୃତ୍ୟୁ ଘଟିଛି । ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ ।

Ustad Zakir Hussain
ହୁସେନଙ୍କ ବନ୍ଧୁ ତଥା ବଂଶୀବାଦକ ରାକେଶ ଚୌରାସିଆ ଗଣମାଧ୍ୟମକୁ କହିଛନ୍ତି ଯେ ଜାକିର ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗତ ସପ୍ତାହରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ସପ୍ତାହରେ ହୃଦ୍ ଜନିତ ସମସ୍ୟା ପାଇଁ ତାଙ୍କୁ ସାନ୍ ଫ୍ରାନ୍ସିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା ।

ଜାକିର ହୁସେନ୍ ହେଉଛନ୍ତି ପ୍ରସିଦ୍ଧ ସ୍ୱର୍ଗତ ତବଲା ବାଦକ ଆଲ୍ଲାହା ରଖା ଖାନଙ୍କ ପୁତ୍ର । ସୂଚନାଯୋଗ୍ୟ ଯେ ସେ ଅନେକ ପ୍ରସିଦ୍ଧ ଭାରତୀୟ ଏବଂ ବିଦେଶୀ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା କରିଥିଲେ ଏବଂ ଚଳଚ୍ଚିତ୍ର ଗୁଡ଼ିକ ପାଇଁ ତବଲା ବଜାଇଥିଲେ। ଜାକିର ହୁସେନ୍ ୭ ବର୍ଷ ବୟସରେ ତବଲା ଶିଖିବା ଆରମ୍ଭ କରିଥିଲେ ଏବଂ ୧୨ ବର୍ଷ ବୟସରେ ସେ ଦେଶ ଭ୍ରମଣ କରିବା ସମୟରେ ନିଜର କଳା ପ୍ରଦର୍ଶନ ଆରମ୍ଭ କରିଥିଲେ।

ପ୍ରାୟ ଚାରି ଦଶନ୍ଧି ପୂର୍ବରୁ ଉସ୍ତାଦ୍ ଜାକିର ହୁସେନ୍ ତାଙ୍କ ପରିବାର ସହିତ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଅବସ୍ଥାନ କରିଥିଲେ । ଜାକିର ଖାନଙ୍କୁ ଦେଶ ତଥା ବିଦେଶରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ଜାକିର ହୁସେନଙ୍କୁ ୧୯୮୮ ମସିହାରେ ପଦ୍ମଶ୍ରୀ, ୨୦୦୨ମସିହାରେ ପଦ୍ମ ଭୂଷଣ, ୨୦୨୩ ମସିହାରେ ପଦ୍ମବିଭୂଷଣ ପରି ଭାରତ ସରକାର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିଛନ୍ତି। ୧୯୯୦ ରେ ଜାକିର ହୁସେନଙ୍କୁ ସର୍ବୋଚ୍ଚ ସଂଗୀତ ସମ୍ମାନ 'ସଂଗୀତ ନାଟକ ଏକାଡେମୀ ପୁରସ୍କାର' ପ୍ରଦାନ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+