Get Updates
Get notified of breaking news, exclusive insights, and must-see stories!

ସୀମାରେ ଶାନ୍ତି ଫେରୁଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ପହଁଞ୍ଚିଲେ ବଙ୍କର ଭିତରେ, ଜାଣନ୍ତୁ କାହିଁକି?

ଭାରତ-ପାକିସ୍ତାନ ସୀମାରେ ଗତ କିଛି ଦିନ ଧରି ଯେଉଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ବ୍ରେକ୍ ଲାଗିଛି । ଆଉ ଜନଜୀବନ ପୁଣି ଥରେ ଗତିଶୀଳ ହୋଇଛି । ସବୁକିଛି ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଅଖ, ଚକ ସବୁ ବନ୍ଦ ଥିଲା । ମାତ୍ର ଅସ୍ତ୍ରବିରତି ପରେ ପୁଣି ଥରେ ସୀମାରେ ଧିରେଧିରେ ସ୍ବାଭାବିକ ପରିସ୍ଥିତି ଫେରିବାରେ ଲାଗିଛି ।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପୂର୍ବକ ଭାରତ ତରଫରୁ ପାକିସ୍ତାନ ଓ ପିଓକେର ବିଭିନ୍ନ ସ୍ଥାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାର ଜବାବରେ ପାକିସ୍ତାନ ତରଫରୁ ସୀମାବର୍ତ୍ତୀ ଜାମ୍ମୁ-କାଶ୍ମୀର ସମେତ ବିଭିନ୍ନ ଅଞ୍ଚଳରେ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରାଯାଇଥିଲା। ଏଥିସହ ସୀମା ଆର ପଟୁ ପାକିସ୍ତାନ ତରଫରୁ ପ୍ରବଳ ଗୁଳିଗୋଳା ମାଡ଼ ହୋଇଥିଲା।

ପାକିସ୍ତାନ ଆକ୍ରମଣରୁ ବର୍ତ୍ତିବା ପାଇଁ ଜାମ୍ମୁ-କାଶ୍ମୀର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣ ବଙ୍କରରେ ରହିଥିଲେ। ଇତିମଧ୍ୟରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କୁପୱାରା ଜିଲାର ଟଙ୍ଗଧର ଅଞ୍ଚଳରେ ଥିବା ବଙ୍କର ବୁଲି ଦେଖିଥିଲେ। ଏହି ଅବସରରେ ଓମାର ସ୍ଥାନୀୟ ବାସିନ୍ଦାଙ୍କୁ ଭେଟି ପାକିସ୍ତାନ ପଟୁ ଗୁଳିଗୋଳା ମାଡ଼ ସମୟରେ ସେମାନେ ବଙ୍କରରେ ରହି କିପରି ଜୀବନରକ୍ଷା କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ।

bunker

ମୋବାଇଲ ଫୋନ୍‌ର ଫ୍ଲାସ୍‌ଲାଇଟ୍‌ ଜଳାଇ ଓମାର ଓ ଅନ୍ୟମାନେ ବଙ୍କର ସ୍ଥିତି ଦେଖିଥିଲେ। ସାଧାରଣତଃ ଗୋଟିଏ ବଙ୍କରରେ ୧୦ଜଣଙ୍କ ପାଇଁ ସ୍ଥାନ ରହିଥାଏ। ତେବେ ପାକିସ୍ତାନପଟୁ ଆକ୍ରମଣ ସମୟରେ ଗୋଟିଏ ବଙ୍କରରେ ୨୦/୨୫ ଜଣ ଲେଖାଏଁ ରହୁଥିଲେ। ଏହି ଅଞ୍ଚଳରେ ଅଧିକ ବଙ୍କର ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଓମାରଙ୍କ ନିକଟରେ ଦାବି କରିଥିଲେ। ଖୁବ୍‌ଶୀଘ୍ର ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ବଙ୍କର ନିର୍ମାଣ କରାଯିବ ବୋଲି ଓମାର ପ୍ରତିଶ୍ରୁତି ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+