ବାୟୁସେନା ପାଇଲଟଙ୍କ ସାହାସିକତା:ନାଇଟ୍ ଭିଜନ ଚଷମା ବ୍ୟବହାର କରି କଲେ ବିମାନ ଅବତରଣ
ନୂଆଦିଲ୍ଲୀ: 'ଅପରେସନ କାବେରି' ବେଳେ ଭାରତୀୟ ପାଇଲଟଙ୍କ ସାହସିକତା । ଯାହାକୁ ନେଇ ଏବେ ସୋସିଆଲ ମିଡିଆଠୁ ଆରମ୍ଭ କରି ଟେଲିଭିଜନ ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସମ୍ପର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଏବଂ ଲାଇଟ୍ ନେଭିଗେସନ୍ ସଙ୍କେତ ନଥିବା ରନୱେରେ ନାଇଟ୍ ଭିଜନ ଚଷମା ଲଗାଇ ଅବତରଣ କରାଇଲେ ଇଣ୍ତିଆନ ଏୟାରଫୋର୍ସର ସବୁଠୁ ବଡ଼ ଏୟାରକ୍ରାଫଟ୍ ।
ସୁଦାନର ଏକ ଏୟାରଷ୍ଟ୍ରିପରେ C-130J ହରକ୍ୟୁଲେସ ବିମାନକୁ ଅବତରଣ କରି ୧୨୧ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ବାୟୁସେନା । ଦେଶରେ ଯୁଦ୍ଧ ପାଇଁ ଏହି ଏୟାରଷ୍ଟ୍ରିପ୍ ସମ୍ପୁର୍ଣ୍ଣ ଅନ୍ଧାର ରହିବା ସହ ରନୱେଟି ସମ୍ପୁର୍ଣ୍ଣ ନଷ୍ଟ ମଧ୍ୟ ହୋଇଯାଇଛି । ଏପରିକି ରାତିରେ ବିମାନ ଅବତରଣ ପାଇଁ ଲାଗାଯାଇଥିବା ଲାଇଟ୍ ନେଭିଗେସନ୍ ସଙ୍କେତ ମଧ୍ୟ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏପରି ସ୍ଥିତିରେ ଏକ ନାଇଟ୍ ଭିଜନ ଗ୍ଲାସ୍ ବ୍ୟବହାର କରି ହରକ୍ୟୁଲେସ ବିମାନକୁ ଅବତରଣ କରାଇଥିଲେ ବାୟୁସେନାର ପାଇଲଟ ।

ANI ରିପୋର୍ଟ ଅନୁଯାୟୀ, ରନୱେ ବିଲକୁଲ ଅନ୍ଧାର ଥିଲା । ଘନ ଅନ୍ଧକାର ହେତୁ ପାଇଲଟମାନେ ନାଇଟ୍ ଭିଜନ ଗ୍ଲାସ୍ ସାହାଯ୍ୟରେ ବିମାନକୁ ଏଠାରେ ଅବତରଣ କରିଥିଲେ । ଭାରତୀୟ ବାୟୁସେନା ଶୁକ୍ରବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା 27/28 ଏପ୍ରିଲ ରାତିର ଘଟଣା ।
#OperationKaveri takes to the Skies!
Two #IAF C-130 J aircraft have evacuated more than 250 personnel from Port Sudan.#HarKaamDeshKeNaam pic.twitter.com/dXJ2VQzp19
— Indian Air Force (@IAF_MCC) April 26, 2023
ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀ ଖାର୍ତୁମଠାରୁ 40 କିଲୋମିଟର ଦୂରରେ ଥିବା ୱାଡି ସୟିଦିନା ଏୟାରଷ୍ଟ୍ରିପ ନିକଟରେ ଭାରତୀୟ ନାଗରିକମାନେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଏବଂ କିଛି ଅସୁସ୍ଥ ଲୋକ ମଧ୍ୟ ରହିଥିଲେ ।
#SudanConflict | In a daring operation carried out on the night of 27/28 Apr 2023, a C-130J aircraft of the IAF rescued 121 personnel from a small airstrip at Wadi Sayyidna, which is about 40 km North of Khartoum. The passengers included medical cases, including a pregnant lady;… pic.twitter.com/gTQv0w8Pul
— ANI (@ANI) April 28, 2023
ବିମାନବନ୍ଦରର ରନୱେରେ କୌଣସି ନାଭିଗେସନ୍ ସୁବିଧା ନଥିଲା କିମ୍ବା ଅବତରଣ ପାଇଁ ଆଲୋକର ବ୍ୟବସ୍ଥା ମଧ୍ୟ ନଥିଲା । ଏପରିକି ବିମାନକୁ ଇନ୍ଧନ ଦେବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିଲା । ଏହା ସତ୍ୱେ ବାୟୁସେନା ପାଇଲଟମାନେ ଏହି ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଥିଲେ ।












Click it and Unblock the Notifications