ଆଜିଠୁ ଭାରତ ଉପରେ ଆମେରିକାର ଶୁଳ୍କ, କ'ଣ ପଡ଼ିବ ପ୍ରଭାବ?
ଚରମ ସୀମାରେ ଭାରତ-ଆମେରିକା ବାଣିଜ୍ୟିକ ବିବାଦ । ଆଜିଠୁ ଭାରତ ଉପରେ ଆମେରିକା ଲାଗୁ କରିଛି ୫୦ ପ୍ରତିଶତ ଚଢ଼ା ଶୁଳ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ରୁଷଠାରୁ ଅଧିକ ତେଲ କିଣି ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ଭାରତ ସମର୍ଥନ କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ଏହାଦ୍ବାରା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଭାରତୀୟ ଅର୍ଥନୀତି ସବୁ ଉପରେ ପଡ଼ିପାରେ ପ୍ରଭାବ ।

ପ୍ରଭାବିତ ହୋଇପାରେ ଭାରତୀୟ ଅର୍ଥନୀତି
୦.୬ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ଜିଡିପି ଅଭିବୃଦ୍ଧି
ଗହଣା, ବୟନ ଶିଳ୍ପର ଲାଭ କମିବ
ଅଟୋମୋବାଇଲ୍ ଶିଳ୍ପର ମଧ୍ୟ ଲାଭ କମିବ
ଆମେରିକା ବଜାରରେ ଭାରତର ଅଂଶ ହ୍ରାସ ପାଇବ
ଚୀନ, ଭିଏତନାମ, ମେକ୍ସିକୋ ଆଦି ରାଷ୍ଟ୍ର ବଜାର ଅଂଶ ମାଡ଼ି ବସିବେ
ଆମେରିକାକୁ ଭାରତର ରପ୍ତାନୀ କମିଯିବ
ଭାରତର ଶ୍ରମ ଭିତ୍ତିକ ଶିଳ୍ପରେ ରପ୍ତାନୀ ପରିମାଣରେ ୭୦% ହ୍ରାସ ସମ୍ଭାବନା
୨୦୨୫-୨୬ରେ ଆମେରିକାକୁ ଭାରତର ରପ୍ତାନୀ ୪୯.୬ ବିଲିୟନ ଡଲାରକୁ ଖସିବ
୨୦୨୪-୨୫ରେ ୮୬.୫ ବିଲିୟନ ଡଲାର ରହିଥିଲା












Click it and Unblock the Notifications