ଆଜିଠାରୁ ହେବ ଟୁ ପ୍ଲସ୍ ଟୁ ଭାରତ-ଆମେରିକା ମନ୍ତ୍ରୀ ସ୍ତରୀୟ ବୈଠକ
ନୂଆଦିଲ୍ଲୀ: ଆଜିଠାରୁ ହେବ ଟୁ ପ୍ଲସ୍ ଟୁ ଭାରତ-ଆମେରିକା ମନ୍ତ୍ରୀ ସ୍ତରୀୟ ବୈଠକ । ଯେଉଁଥି ପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ୍ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି ।
ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ଏହି ବୈଠକ ବସିବା ପାଇଁ ଯାଉଛି । ଆଜି ଏହି ବୈଠକର ପ୍ରକିନିଧିତ୍ୱ କରିବେ ଅଷ୍ଟିନ୍ ଏବଂ ବ୍ଲିଙ୍କେନ୍ । ସେହିପରି ଭାରତ ପକ୍ଷରୁ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଭାରତ ପକ୍ଷରୁ ବୈଠକରେ ଅଂଶଗ୍ରହଣ କରିବେ ।

ସୂଚନାଅନୁସାରେ, ଆଜି ଅପରାହ୍ନ ୧ଟାରେ 'ସୁଷମା ସ୍ୱରାଜ ଭବନ'ରେ ଏକ ସାମ୍ବାଦିକ ସମ୍ମିଳନୀ ହେବ ପରେ ରାଜନାଥ ସିଂ ଏବଂ ଲୋୟଡ ଅଷ୍ଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅପରାହ୍ନ ୨ଟାରୁ ଆରମ୍ଭ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିଲା ସୂଚନା ଅନୁସାରେ, 'ଟୁ ପ୍ଲସ୍ ଟୁ' ବୈଠକରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ବୃଦ୍ଧି, ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହେବ ।
A warm welcome to US Secretary of State @SecBlinken as he arrives in New Delhi to co-chair the 5th 🇮🇳-🇺🇸 2+2 Ministerial Dialogue.
The visit will give further boost to 🇮🇳-🇺🇸 Comprehensive Global Strategic Partnership! pic.twitter.com/8zY3qCIeF6
— Arindam Bagchi (@MEAIndia) November 9, 2023
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଚଳିତ ବର୍ଷ ଜୁନ୍ ଏବଂ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପକି ଜୋ-ବାଇଡେନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବର୍ତ୍ତମାନ ଦୁଇ ଦେଶର ସହଭାଗୀତାର ଭବିଷ୍ୟତର ରୋଡମ୍ୟାପ୍ ପ୍ରସ୍ତୁତ ନେଇ ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଆଲୋଚନା ହେବ । ଏହାସହ ଭାରତ-ଆମେରିକା ମଧ୍ୟରେ କିପରି ସମ୍ପର୍କ ଭଲ ରହିବ ସେନେଇ ମଧ୍ୟ ଆଲୋଚନା ହେବା ନେଇ ସୂଚନା ରହିଛି ।
ସେହିପରି ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ । ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ୟୁରୋପରେ ଚାଲିଥିବା ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ଆଲୋଚନା ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜନାଥ ସିଂ ଏବଂ ଲୋୟଡ ଅଷ୍ଟିନ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆଲୋଚନା କରିପାରନ୍ତି । ସେହିପରି ବିଶ୍ୱସ୍ତରୀୟ ପ୍ରସଙ୍ଗ ମୂଳ ମୁଦ୍ଦା ରହିପାରେ ବୋଲି ସୂଚନା ରହିଛି ।












Click it and Unblock the Notifications