Get Updates
Get notified of breaking news, exclusive insights, and must-see stories!

ଆମେରିକା ବୈଠକରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସମାଲୋଚିତ ହେଲେ ପୂର୍ବତନ ଉପ ରାଷ୍ଟ୍ରପତି ଅନସାରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ ନିଜ ବିବୃତ୍ତି ପାଇଁ ପୁଣି ଥରେ ବିଜେପି ନେତା ତଥା ବିରୋଧୀଙ୍କ ଟାର୍ଗେଟରେ ଆସିଛନ୍ତି। ବର୍ତ୍ତମାନର ମାନବିକ ଅଧିକାର, ନାଗରିକ ସ୍ୱାଧୀନତା ଏବଂ ଧାର୍ମିକ ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଭାରତକୁ ସମାଲୋଚନା କରି ହମିଦ ଅନସାରୀ କହିଛନ୍ତି ଯେ ଦେଶ ଏହାର ସାମ୍ବିଧାନିକ ଅଧିକାର ମୂଲ୍ୟବୋଧରୁ ବିଚ୍ୟୁତ ହୋଇଛି । ଏଭଳି ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଆମେରିକାର ସଂଗଠନ ତଥା ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ସମାଲୋଚନାକୁ ନେଇ ବିଜେପିର ଅନେକ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Hamid Ansari

ବିହାର ସରକାରରେ ମନ୍ତ୍ରୀ ତଥା ବିଜେପି ନେତା ଶାହନାୱାଜ ହୁସେନ୍‌ ଅସହିଷ୍ଣୁତା ପାଇଁ ହମିଦ ଅନସାରୀଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଭାରତ ଅନସାରୀଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛି, ସେ ଉତ୍ତେଜନାମୂଳକ ବିବୃତ୍ତି ଦେଉଛନ୍ତି। ଶାହନାୱାଜ ହୁସେନ୍‌ ଅଭିଯୋଗ କରିଛନ୍ତି ଯେ ଆମେରିକୀୟ ସଂଗଠନଗୁଡ଼ିକ ଭାରତକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅନସାରୀ ସେମାନଙ୍କ ସହ ଠିଆ ହୋଇଛନ୍ତି।

ଗତ ବୁଧବାର ଗଣତନ୍ତ୍ର ଦିବସ ଅବସରରେ ଆମେରିକା ରାଜଧାନୀ ୱାଶିଂଟନ୍ ଡିସିରେ ଏକ ଭର୍ଚୁଆଲ୍ ମିଟିଂ ଅନୁଷ୍ଠିତ ହୋଇଥିଲା ଯାହାର ବିଷୟବସ୍ତୁ ଥିଲା 'ଭାରତର ବହୁମୁଖୀ ସମ୍ବିଧାନକୁ ସୁରକ୍ଷା ଦେବା'। ବୈଠକରେ ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଘୃଣା ଭାଷଣର ବୃଦ୍ଧି ଉପରେ ଧ୍ୟାନ ଦେଇ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ କରାଯାଇଥିଲା। ତେବେ ଭାରତ ସରକାର ଏହାର ଗଣତାନ୍ତ୍ରିକ ରେକର୍ଡକୁ ନେଇ ସମାଲୋଚନାକୁ ବାରମ୍ବାର ଖଣ୍ଡନ କରିଛନ୍ତି। ଏହି ସମୟ ମଧ୍ୟରେ ହମିଦ ଅନସାରୀଙ୍କ ବିବୃତ୍ତି ସଂପର୍କରେ ଦେଶରେ ଉତ୍ତେଜନା ଦେଖାଦେଇଛି। ବିଜେପି ନେତା ଶାହନାୱାଜ ହୁସେନ୍ ତାଙ୍କର ଏକ ବିବୃତ୍ତିରେ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଅତୀତରେ ଅନେକ ବିବାଦ ତଥା ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଏଥି ସହିତ ଭିଏଚପି ମୁଖପାତ୍ର ବିନୋଦ ବନସାଲ ମଧ୍ୟ ଅନସାରୀଙ୍କ ମନ୍ତବ୍ୟରେ ବିରକ୍ତ ହୋଇଥିଲେ। ସେ ଟ୍ୱିଟ୍‌ରେ କହିଛନ୍ତି ଯେ ସାମ୍ବିଧାନିକ ପଦବୀରୁ ଇସ୍ତଫା ଦେବା ମାତ୍ରେ ହମିଦ ଅନସାରୀଙ୍କ ପରି ଲୋକମାନେ କାହିଁକି ସିଧା ସଳଖ ପଡ଼ନ୍ତି? PFI ଏବଂ IAMC ପରି ମୌଳିକ ସଂଗଠନରେ ପହଞ୍ଚିବା ମାତ୍ରେ ସେମାନଙ୍କ ଭିତରେ ଥିବା ଜିହାଦି ଇସଲାମ କାହିଁକି ପ୍ରାଧାନ୍ୟ ବିସ୍ତାର କରେ? ଜାତି ଏବଂ ଜାତୀୟତାକୁ ଲୁଚାଇ ରଖିବା ଅପେକ୍ଷା ଖୋଲାଖୋଲି ଭାବେ ବାହାରକୁ ଆସିବା ଭଲ।

ଉତ୍ତରପ୍ରଦେଶ ନିର୍ବାଚନ ପରିସ୍ଥିତିରେ ଅନସାରୀଙ୍କ ମନ୍ତବ୍ୟ:

ଦେଶର 5ଟି ରାଜ୍ୟରେ ବିଧାନସଭା ନିର୍ଚାଚନ ପାଇଁ ରାଜନୀତି ଜୋର ଧରିଥିବା ବେଳେ ଅନସାରୀଙ୍କ ଏହିଭଳି ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ତୀବ୍ର ହୋଇଛି । ପୂର୍ବରୁ ଧାର୍ମିକ ଅସହିଷ୍ଣୁତା ବିଷୟରେ କହି ଚର୍ଚ୍ଚାକୁ ଆସିଥିଲେ ଅନସାରୀ। ସମ୍ପ୍ରତି ଦେଶର ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଅନସାରୀ ଦେଇଥିବା ମନ୍ତବ୍ୟକୁ ନେଇ ଉଭୟ ଶାସକ ବିଜେପି ଏବଂ ବିରୋଧୀଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+