ନୂତନ ଶୁଳ୍କନୀତି ଲାଗୁ ହେବା ପରେ ଆମେରିକାକୁ ଡାକ ପରିବହନ ୮୦ ପ୍ରତିଶତରୁ ଅଧିକ ହ୍ରାସ
ନୂତନ ଶୁଳ୍କ ନୀତି ଲାଗୁ ହେବା ପରେ ଆମେରିକାକୁ ଡାକ ପରିବହନ ୮୦ ପ୍ରତିଶତ ଶତରୁ ଅଧିକ ହ୍ରାସ ପାଇଛି । ଜାତିସଂଘର ଏକ ସଂସ୍ଥା ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ - ୟୁ.ପି.ୟୁ କହିଛି ଅଗଷ୍ଟ ୨୯ ତାରିଖରୁ ଆମେରିକା ଡାକବିଭାଗ ନେଇ ନୂତନ ଶୁଳ୍କ ନୀତି ଲାଗୁ କରିବା ପରେ ଏଭଳି ପରିସ୍ଥିତି วุฒิ ହୋଇଛି । ଦୀର୍ଘକାଳୀନ ନିୟମରେ ପରିବର୍ତ୍ତନ ଏହାର ଏକ କାରଣ ହୋଇଛି । ନୂତନ ଶୁକ୍ଳ ନୀତି ଅନୁଯାୟୀ ୮୦୦ ଆମେରିକୀୟ ଡଲାରରୁ କମ୍ ମୂଲ୍ୟର କ୍ଷୁଦ୍ର ପ୍ୟାକେଜ୍ ଗୁଡ଼ିକୁ ଶୁଳ୍କମୁକ୍ତ ଘୋଷଣା କରାଯାଇଥିଲା ।
ତେବେ ପୂର୍ବ ନିୟମ ୧୯୩୮ ମସିହାରୁ ଆରମ୍ଭ ହୋଇଥିଲା । ୨୦୨୪ ମସିହା ସୁଦ୍ଧା ଡାକଯୋଗେ ଆମେରିକାକୁ ପରିବହନ ୧ ଦଶମିକ ୩/୬ ବିଲିୟନ ପ୍ୟାକେଜ୍କୁ ବୃଦ୍ଧି ପାଇଥିଲା । ଶୁଳ୍କ ବୃଦ୍ଧି ନେଇ ତୁରନ୍ତ ନିଷ୍ପରି ନିଆଯିବାରୁ ପରିଚାଳକଙ୍କୁ ପ୍ରସ୍ତୁତ ହେବାପାଇଁ ପର୍ଯ୍ୟାପ୍ତ ସମୟ ମିଳିନାହିଁ । ଫଳରେ ଆମେରିକାକୁ ଡାକ ପରିହବନ କ୍ଷେତ୍ର ଗୁରୁତର ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ ୮୮ଜଣ ତାକ ପରିଚାଳକ ଆମେରିକାକୁ ପାର୍ଶଲ ପଠାଇବା ସମ୍ପୂର୍ଣ କିମ୍ବା ଆଂଶିକ ଭାବେ ବନ୍ଦ କରିଦେଇଛନ୍ତି ।

ଏଥମଧ୍ୟରେ ଭାରତ, ମେକ୍ସିକୋ, ଜର୍ମାନୀ, ଫ୍ରାନ୍ତି, ସ୍ପେନ୍, ଇଟାଲୀ, ଅଷ୍ଟ୍ରେଲିଆ, ଜାପାନ, ତାଇୱାନ ଓ ସୁଇଜରଲ୍ୟାଣ୍ଡ ଭଳି ଦେଶ ଅନ୍ତର୍ଭୁକ୍ତ ବୋଲି ୟୁପିୟୁ କହିଛି । ତେବେ ଡାକ ବିତରଣକୁ ପୁନଃ ସ୍ଥାପନ କରିବା ନେଇ ରହିଥିବା ଆହ୍ବାନ ଗୁଡ଼ିକ ଉପରେ ପ୍ରୟାସ ଜାରି ରହିଛି ବୋଲି ୟୁପିୟୁ ସୂଚନା ଦେଇଛି ।












Click it and Unblock the Notifications