ଆଜି ଆମେରିକାରୁ ଫେରିବେ ଆଉ ୧୧୯ ଭାରତୀୟ

ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରଶାସନ ସ୍ବଦେଶ ଫେରାଇ ଦେଉଛି। ଆମେରିକାରୁ ନିର୍ବାସିତ ଭାରତୀୟଙ୍କୁ ନେଇ ଆଉ ଏକ ବିମାନ ଆଜି ଭାରତରେ ପହଞ୍ଚିବାକୁ ଯାଉଛି । ଆମେରିକା ବାୟୁସେନାର ଯୁଦ୍ଧବିମାନ ୧୧୯ ଭାରତୀୟ ଅପ୍ରବାସୀଙ୍କୁ ଧରି ଶନିବାର ପଞ୍ଜାବର ଅମୃତସରରେ ଅବତରଣ କରିବ।

ଏହି ଭାରତୀୟ ଅପ୍ରବାସୀଙ୍କ ମଧ୍ୟରେ ୬୭ଜଣ ପଞ୍ଜାବର ବାସିନ୍ଦା ହୋଇଥିବାବେଳେ ୩୩ ଜଣ ହରିୟାଣା, ଗୁଜରାଟର ୮, ଉତ୍ତରପ୍ରଦେଶର ୩, ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନର ୨ଜଣ ଲେଖାଏଁ ଅଛନ୍ତି। ଆମେରିକା ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ଅପ୍ରବାସୀଙ୍କୁ ସ୍ବଦେଶୀ ଫେରାଇବ।

ଏହାପରେ ଫେବୃଆରୀ ୧୬ ରବିବାର ତୃତୀୟ ବିମାନରେ ଆଉ କିଛି ଭାରତୀୟ ଅପ୍ରବାସୀ ସ୍ବଦେଶ ଫେରିବେ। ଫେବୃଆରୀ ୫ରେ ଆମେରିକାରୁ ପ୍ରଥମ ପର୍ଯ୍ୟାୟରେ ୧୦୪ ଭାରତୀୟ ଅପ୍ରବାସୀ ସ୍ବଦେଶ ଫେରିଥିଲେ। ଭାରତୀୟ ଅପ୍ରବାସୀଙ୍କୁ ସ୍ବଦେଶ ଫେରାଇବା ସମୟରେ ତାଙ୍କ ହାତରେ କଡି ଓ ଗୋଡରେ ବେଡି ପକାଯାଉଛି।

US Plane With 119 Deported Indians To Land Today

ଏଥିପାଇଁ ଭାରତ ସରକାର ଆମେରିକା ପ୍ରଶାସନ ନିକଟରେ ପ୍ରତିବାଦ କରିଛନ୍ତି। ଅପ୍ରବାସୀଙ୍କୁ ସମ୍ମାନର ସହିତ ଓ ମାନବିକ ଦୃଷ୍ଟିକୋଣରୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବାକୁ ଭାରତ କହିଛି। ଦୁଇ ଦେଶ ମିଳିତ ଭାବେ ଆମେରିକାରେ ଥିବା ପ୍ରାୟ ୧୮,୦୦୦ ବେଆଇନ ଭାବେ ପ୍ରବେଶ କରିଥିବା ଭାରତୀୟଙ୍କୁ ଦେଶାନ୍ତର କରିବା ପାଇଁ ଚିହ୍ନଟ କରିଥିଲେ ।

ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ । ଅନ୍ୟାନ୍ୟ ଦେଶ ଭଳି ଭାରତ ମଧ୍ୟ ଟ୍ରମ୍ପ ପ୍ରଶାସନକୁ ଖୁସି କରିବା ଏବଂ ଏହାର ବାଣିଜ୍ୟ ବିପଦର ପ୍ରଭାବକୁ ଏଡ଼ାଇବା ପାଇଁ ପରଦା ପଛରେ କାମ କରୁଛି । ବେଆଇନ ପ୍ରବାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ପ୍ରଚାର ପ୍ରତିଶ୍ରୁତି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+