Get Updates
Get notified of breaking news, exclusive insights, and must-see stories!

ସିରିଆରେ ଆମେରିକା ସେନାର ଆକ୍ରମଣ, ଅଲ୍‍କାଏଦା ନେତା ମୃତ

ସିରିଆର ଉତ୍ତରପଶ୍ଚିମ ଅଞ୍ଚଳରେ ଆମେରିକା ସେନାର ଆକ୍ରମଣରେ ଅଲ୍‍କାଏଦା ସହିତ ଜଡିତ ଜଣେ ବରିଷ୍ଠ ନେତାଙ୍କର ମୃତ୍ୟୁ ହୋଇଛି । ଗତମାସରେ ଦୁଇ ଆମେରିକୀୟ ସୈନିକ ଏବଂ ଅନ୍ୟଜଣେ ଅନୁବାଦକଙ୍କୁ ହତ୍ୟା କରିଥିବା ଆଇଏସ୍‍ଆଇଏସ୍‍ ଅମ୍ବୁସ୍‍ ସହ ଏହି ନେତାଙ୍କର ସିଧାସଳଖ ସମ୍ପର୍କ ରହିଥିବା ନେଇ ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି ।

syria

ଏପରିକି ଗତ ଡିସେମ୍ବର ୧୩ ତାରିଖରେ ପାଲମିରାରେ ହୋଇଥିବା ଆକ୍ରମଣ ପଛରେ ରହିଥିବା ଆଇଏସ୍‍ଆଇଏସ୍‍ ଆତଙ୍କବାଦୀଙ୍କ ସହ ଏହି ବରିଷ୍ଠ ନେତା ସଂଶ୍ଳିଷ୍ଟ ଥିବା ନେଇ କେନ୍ଦ୍ରୀୟ କମାଣ୍ଡ କହିଛି । ଡିସେମ୍ବର ୧୩ ଆକ୍ରମଣରେ ଆମେରିକା ଏବଂ ସିରିଆର ବହୁ ପ୍ରତିରକ୍ଷା କର୍ମଚାରୀ ଆହତ ହୋଇଥିଲେ ।

କେନ୍ଦ୍ରୀୟ କମାଣ୍ଡ କହିଛି ଆକ୍ରମଣର ପ୍ରତ୍ୟୁତ୍ତରରେ ଅପରେସନ ହକ୍‍ୟେ ଆରମ୍ଭ କରାଯାଇଥିଲା । ଆମେରିକା ଏବଂ ସହଯୋଗୀ ସୈନ୍ୟବାହିନୀ ସିରିଆର ୧୦୦ରୁ ଅଧିକ ଆଇଏସ୍‍ଆଇଏସ୍‍ ସ୍ଥଳୀକୁ ଆକ୍ରମଣ କରିଥିଲେ । ଗତବର୍ଷ ୩୦୦ରୁ ଅଧିକ ଆଇଏସ୍‍ଆଇଏସ୍‍ କର୍ମୀଙ୍କୁ ଗିରଫ କରାଯାଇଥିଲା ବୋଲି ଆମେରିକା କେନ୍ଦ୍ରୀୟ କମାଣ୍ଡ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+