ଆମେରିକାରେ କରୋନା ସପ୍ତାହରେ ନେଲାଣି ୩୫୦ ଜୀବନ
ଭାରତରେ କରୋନା ଭୂତାଣୁ ମାମଲା ଗମ୍ଭୀର ହୋଇନାହିଁ । ମାତ୍ର ଆମେରିକାରେ କରୋନା ଚିନ୍ତା ବଢାଇଛି । ଆମେରିକାରେ ପ୍ରତ୍ୟେକ ସପ୍ତାହରେ ୩୫୦ ଜଣଙ୍କ ମୃତ୍ୟୁ କୋଭିଡ୍ କାରଣରୁ ହୋଇଛି । ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୩୫୦ ନାଗରିକଙ୍କ ମୃତ୍ୟୁ ଗତ ସପ୍ତାହେ ମଧ୍ୟରେ ହୋଇଛି । ଅଧିକାଂଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
ଆମେରିକାରେ କରୋନା ଭୂତାଣୁର ନୂଆ ସବ୍ ଭାରିଆଣ୍ଟ ଏନବି.୧.୮.୧ ଡରେଇବାକୁ ଲାଗିଲାଣି । ନୂଆ ଭାରଆଣ୍ଟର ଲକ୍ଷଣଗୁଡ଼ିକ ପୂର୍ବ ଭାରିଆଣ୍ଟ ସହ ସମାନ । ଅର୍ଥାତ ସଂକ୍ରମିତଙ୍କକୁ କାଶ, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥାଏ । ତଥାପି ପୂର୍ବ ଭାରିଆଣ୍ଟଗୁଡ଼ିକ ଅପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚିନ୍ତା ବଢାଇଛି । ବୟସ୍କ ବ୍ୟକ୍ତି ଅଧିକ ସଂକ୍ରମଣର ଶିକାର ହେଉଥିବା ଜଣାପଡିଛି । ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଧିକ ପ୍ରଭାବିତ ହେଉଛନ୍ତି ।

ଚୀନରେ ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । କୋଭିଡ ନେଇ ଆଜି ବସୁଛି ବଡ଼ ବୈଠକ । କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀରେ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ କଣ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଏହାସହିତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ଗାଇଡଲାଇନ୍ ମଧ୍ୟ ନିର୍ଦ୍ଧାରିତ କରାଯିବ ।












Click it and Unblock the Notifications