ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କଲା ଅମେରକା, ୨୦ ଆହତ
ୟେମେନ୍ର ହୁତି ବିଦ୍ରୋହୀ ଗୋଷ୍ଠି ଦ୍ୱାରା ପରିଚାଳିତ ସାନାସ୍ଥିତ କ୍ଷେପଣାସ୍ତ୍ରାଗାର ଓ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ୍ କେନ୍ଦ୍ର ଉପରେ ଆମେରିକା ସେନା ଆକାଶ ମାର୍ଗରୁ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସାନାସ୍ଥିତ ସେହି କେନ୍ଦ୍ରଗୁଡ଼ିକ ଉପରେ ଗତ ରାତିରେ ଆକ୍ରମଣ କରାଯାଇଛି। ଏଥିସହ ଲୋହିତ ସାଗର ଅଞ୍ଚଳରେ ହୁତି ପକ୍ଷରୁ ହୋଇଥିବା ଏକତରଫା ଆକ୍ରମଣକୁ ଆମେରିକା ସେନା ପ୍ରତିହତ କରିଛି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଇସ୍ରାଏଲ୍ର ତେଲ୍ଅବିବ୍ର ଅଂଚଳରେ ହୁତି ବିଦ୍ରୋହୀଙ୍କ ପକ୍ଷରୁ କ୍ଷେପଣାସ୍ତ୍ର ମାଡ ଯୋଗୁଁ ଅତି କମ୍ରେ ୨୦ ଜଣ ଆହତ ହୋଇଥିଲେ। ଏହି କ୍ଷେପଣାସ୍ତ୍ର ମାଡର ପ୍ରତିବାଦରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକା କହିଛି। କାର୍ଯ୍ୟାନୁଷ୍ଠାନ ସମୟରେ ଲୋହିତ ସାଗରରେ ଆମେରିକାର ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ସୂଚନା ଦେଇଛି। ତେବେ ଏଥିରେ ପାଇଲଟକୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।












Click it and Unblock the Notifications