Get Updates
Get notified of breaking news, exclusive insights, and must-see stories!

ଆଦିବାସୀ ଶ୍ରମିକଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ, କ୍ଷମା ବି ମାଗିଲେ

ଭୋପାଳ: ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁ ଡାକି କ୍ଷମା ମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଗକୁ ନିର୍ବାଚନ ଥିବା ବେଳେ ଉକ୍ତ ଘଟଣାକୁ ନେଇ ବେଶ ବିବାଦ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କୁ ଶ୍ରୀ ଚୌହାନ ନିଜ ସରକାରୀ ବାସଭବନକୁ ଡାକିଥିଲେ।

ପୀଡ଼ିତ ଦଶମତଙ୍କୁ ସାଥିରେ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ପ୍ରଥମେ ଚୌକିରେ ବସାଇଥିଲେ । ଏହାପରେ ତାଙ୍କ ପାଦକୁ ଥାଳି ଉପରେ ଥୋଇ ଧୋଇ ଦେଇଥିଲେ । ତିଲକ ଲଗାଇ ପୂଜାର୍ଚ୍ଚନା କରିବା ପରେ ତାଙ୍କ ବେକରେ ଫୁଲମାଳ ମଧ୍ୟ ପକାଇଛନ୍ତି । ଏହାପରେ ତାଙ୍କୁ ସାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । କେବଳ ଏତିକି ନୁହେଁ ପୀଡ଼ିତଙ୍କୁ ଏକ ଗଣେଶ ମୂର୍ତ୍ତି ଉପହାର ଦେଇଛନ୍ତି ଶିବରାଜ ସିଂ ଚୌହ୍ୱାନ ।

Urination Case

ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ମାଗିଥିଲେ । ତାଙ୍କ ଘରେ କୌଣସି ଅସୁବିଧା ଅଛି କି ନାହିଁ ପଚାରି ବୁଝିଥିଲେ । ପୀଡ଼ିତ ଯୁବକଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ଟ୍ୱିଟ୍ କରି ଶିବରାଜ ସିଂହ କହିଛନ୍ତି, ଲୋକେ ତାଙ୍କ ପାଇଁ ଭଗବାନ । କାହା ସହ ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ ।

ଅନ୍ୟପକ୍ଷରେ ଏଭଳି ଅଘଟଣ ପାଇଁ ଶିବରାଜ କହିଛନ୍ତି, ସେହି ଘଟଣା ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ, ତେଣୁ ମୁଁ ତୁମକୁ କ୍ଷମା ମାଗୁଛି । ମୋ ପାଇଁ ଜନତା ହିଁ ଭଗବାନ । ଦଶମତଙ୍କୁ ନିଜ ବାସଭବନରେ ଜଳଖିଆ କରାଇ ଛାଡ଼ିଛନ୍ତି ଶିବରାଜ ।

ଉଲ୍ଲେଖଥାଉ କି, କିଛିଦିନ ତଳେ ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କ ଉପରେ ଜଣେ ଯୁବକ ପରିସ୍ରା କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓକୁ ଆଧାର କରି ଅଭିଯୁକ୍ତ ପରବେଶ ଶୁକ୍ଳାକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ନାଁରେ ଏନଏସ୍‌ଏ ଲାଗୁ କରାଯାଇଛି ।
ଅନ୍ୟପଟେ ପରବେଶ ଶୁକ୍ଳା ବେଆଇନ ଭାବେ ତିଆରି କରିଥିବା ଘର ଓ ଅନ୍ୟ କିଛି ପ୍ରତିଷ୍ଠାନ ଉପରେ ଗତକାଲି ପ୍ରଶାସନର ବୁଲଡୋଜର ଚାଲିଛି । ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+