ପୁଲିସ୍ ପ୍ରତି ଜନସାଧାରଣଙ୍କ ଧାରଣା ପରିବର୍ତ୍ତନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି' ବୃଭିଗତ, ସମ୍ବେଦନଶୀଳତା ଏବଂ ପ୍ରତିକ୍ରିୟାଶୀଳତା ମନୋଭାବ ବୃଦ୍ଧି କରି ପୁଲିସ୍ ପ୍ରତି ଜନସାଧାରଣଙ୍କ ଧାରଣା ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି । ସେ ସହରାଞ୍ଚଳର ପୁଲିସ ବ୍ୟବସ୍ଥାର ସୁଦୃଢ଼ୀକରଣ, ପର୍ଯ୍ୟଟନ ପୁଲିସ୍ କାର୍ଯ୍ୟକୁ ପୁନଃ ଜାଗରଣ କରିବା ଏବଂ ନୂତନ ପ୍ରଣୀତ ଅପରାଧିକ ଆଇନ ସମ୍ପର୍କରେ ଜନ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି |
ଛତିଶଗଡ଼ର ରାୟପୁରଠାରେ ପୁଲିସ ମହାନିର୍ଦ୍ଦେଶଜମାନଙ୍କ ୬୦ତମ ଅତ୍କଳ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆଜି ଅଧ୍ୟକ୍ଷତା କରି ଜନବସତିହୀନ ଦ୍ଵୀପପୁଞ୍ଜଗୁଡ଼ିକୁ ସମନ୍ବିତ କରିବାପାଇଁ ଅଭିନବ ରଣନୀତି ଗ୍ରହଣ, ସମନ୍ବିତ ଡାଟାବେସ୍ର ବ୍ୟବହାର ଏବଂ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ କାର୍ଯ୍ୟାନ୍ଵୟନ ବୁଦ୍ଧିମତ୍ତା ସୃଷ୍ଟି କରିବାପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁଲିସ ତଦନ୍ତ ସମୟରେ ଫରେନ୍ସିକ୍ ବ୍ୟବହାର ଉପରେ ଟିକିନିଖ ଯାଞ୍ଚ କରିବା ଲାଗି ଆହ୍ବାନ ଦେଇଛନ୍ତି ।
ଏହି ଫରେନ୍ସିକ ପ୍ରୟୋଗ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ' ବେଆଇନ ସଙ୍ଗଠନଗୁଡ଼ିକର ନିୟମିତ ଯାଞ୍ଚ୍ ପାଇଁ କୌଶଳ, ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ ଅଞ୍ଚଳଗୁଡ଼ିକର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଏବଂ ଉପକୂଳ ସୁରକ୍ଷା ବ୍ୟବସ୍ଥା ଦୃଢ଼ୀଭୂତ କରିବାପାଇଁ ଅଭିନବ ଢାଞ୍ଚା ଗ୍ରହଣ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଶାଦ୍ରବ୍ୟ ଚୋରା କାରବାରର ମୁକାବିଲାପାଇଁ ଏକ ସମ୍ପର୍ଶ ସରକାରୀ ଆଭିମୁଖ୍ୟର ଆବଶ୍ୟକତା ରହିଛି, ଯାହାକି କାର୍ଯ୍ୟକାରିତା, ଥଇଥାନ ଏବଂ ଗୋଷ୍ଠୀସ୍ତରୀ ହସ୍ତକ୍ଷେପକୁ ଏକତ୍ରିତ କରିବାରେ ସହାୟକ ହେବ ।

"ଚିକଶିତ ଭାରତ : ସୁରକ୍ଷିତ ଦିଗ" ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟତଃ ଜାତୀୟ ସୁରକ୍ଷା ସମ୍ପର୍କିତ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା । ୨୦୪୭ର ଲକ୍ଷ ପୂରଣ ଦିଗରେ ପୁଲିସ ପ୍ରଶାସନର ଦୀର୍ଘକାଳୀନ ରୂପରେଖ, ଆତଙ୍କବାଦ ବିରୋଧୀ ଏବଂ ମୌଳବାଦ ବିରୋଧ ଧାରା, ମହିଳା ସୁରକ୍ଷା ବୃଦ୍ଧିପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ବିଦେଶରେ ଥିବା ଭାରତୀୟ ପକାତକଙ୍କୁ ଫେରାଇ ଆଣିବା ଲାଗି ରଣନୀତି ଏବଂ ଫରେନ୍ସିକ୍ କ୍ଷମତା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା ।
ବାତ୍ୟା 'ଡିଟ୍ୱା ' ସମେତ ପ୍ରାକୃତିକ ବିପର୍ଯ୍ୟୟ, ଘୂର୍ଣ୍ଣିଝଡ, ବନ୍ୟା ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତର ପରିଚାଳନାପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବା ନିମନ୍ତେ ପୁଲିସ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ | ପ୍ରଧାନମନ୍ତ୍ରୀ ଗୁଇନ୍ଦା ବ୍ୟୁରୋର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବାପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଥିଲେ ।
ସେହିପରି ସହରାଞ୍ଚଳ ପୁଲିସ ବ୍ୟବସ୍ଥାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ଟି ସହରକୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମିଳନୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡି.ଏସ୍.ପି., ଆଇ.ଜି. ଏବଂ କ୍ଷେତ୍ର ପୁଲିସ୍ ସଙ୍ଗଠନର ମୁଖ୍ୟମାନେ ଅଂଶଗ୍ରହଣ କରିବା ସହ ୭୦୦ରୁ ଅଧିକ ପୁଲିସ୍ ଅଧିକାରୀ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications