'ଜଳବାୟୁ ପ୍ରତିରୋଧି ତଥା ଉତ୍ପାଦନକ୍ଷମ ସହରାଞ୍ଚଳ ନିର୍ମାଣ ଦିଗରେ ସହରାଞ୍ଚଳ ଚ୍ୟାଲେଞ୍ଜ ଫଣ୍ଡ ସହାୟକ ହେବ'
ସହରାଞ୍ଚଳ ଚ୍ୟାଲେଞ୍ଜ ଫଣ୍ଡ ଗଠନ କରିବା ଲାଗି କ୍ୟାବିନେଟ୍ର ସ୍ୱୀକୃତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଏହି ପାଣ୍ଠି ଗଠନ ଦ୍ୱାରା ବେସରକାରୀ ଯୋଗଦାନ ଏବଂ ନାଗରିକ ସମର୍ଥିତ ସଂସ୍କାର କାର୍ଯ୍ୟ ବୃଦ୍ଧିପାଇବ । ସୂଚନାଯୋଗ୍ୟ ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ କେନ୍ଦ୍ରୀୟ ପାଣ୍ଠି । ଦେଶର ଅର୍ଥନୀତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।

ପ୍ରାରମ୍ଭିକ ଭାବେ ଏହି ପାଣ୍ଠିକୁ ୧ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ବିଶେଷକରି ଜଳବାୟୁ ପ୍ରତିରୋଧି, ଉତ୍ପାଦନକ୍ଷମ ସହରାଞ୍ଚଳ ନିର୍ମାଣ ଦିଗରେ ଏହି ଅର୍ଥ ବ୍ୟୟ କରାଯିବ । ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୩୦-୩୧ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଫଣ୍ଡ କାର୍ଯ୍ୟକ୍ଷମ ରହିବ । ଆସନ୍ତା ୫ ବର୍ଷରେ ଏହି ଫଣ୍ଡରେ ମୋଟ ବିନିଯୋଗ ପରିମାଣ ୪ଲକ୍ଷ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।












Click it and Unblock the Notifications