ଆପରେ ଯୋଗ ଦେବେ ୟୁପିଏସସି ଶିକ୍ଷକ ତଥା ମୋଟିଭେସନାଲ ସ୍ପିକର୍ ଅଭଧ ଓଝା
ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ୟୁପିଏସ୍ସିର ଖ୍ୟାତନାମା ଶିକ୍ଷକ ତଥା ମୋଟିଭେସନାଲ ସ୍ପିକର୍ ଅବଧ ଓଝା। ସୋମବାର ସେ ଆମ୍ ଆଦ୍ମୀ ପାର୍ଟିରେ ଯୋଗ ଦେବେ। ଦଳ ପକ୍ଷରୁ ଖବରଦାତା ସମ୍ମିଳନୀ କରି ଏନେଇ ଘୋଷଣା କରାଯିବ। ତେବେ ଦିଲ୍ଲୀ ବିଧାନସଭା ନିିର୍ବାଚନ ତାରିଖ ପାଖେଇ ଆସୁଛି। ଏମିତିରେ ସେ ଦିଲ୍ଲୀରେ ଆପ୍ର ଟିକେଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି।

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଅପରାହ୍ନ ୧୨ଟାରେ ଏକ ବଡ଼ ଖବରଦାତା ସମ୍ମିଳନୀ କରିବେ। ଏଥିରେ ସେ ଅବଧଙ୍କୁ ନେଇ ଘୋଷଣା କରିପାରନ୍ତି। କେବଳ ଏତିକି ନୁହେଁ ଶିକ୍ଷା କ୍ଷେତ୍ରକୁ ନେଇ ମଧ୍ୟ ବଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି।












Click it and Unblock the Notifications