ଆପରେ ଯୋଗ ଦେଲେ ୟୁପିଏସସି ଶିକ୍ଷକ ଅଭଧ ଓଝା
ଶିକ୍ଷା କ୍ଷେତ୍ରରେ ଏକ ବଡ ନାମ ଅଭଧ ପ୍ରତାପ ଓଝା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ସଦସ୍ୟତା ଦେଇଛନ୍ତି। ଏହି ସମୟରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ। ଦଳ ପକ୍ଷରୁ ମନୀଷ ସିସୋଦିଆ କହିଛନ୍ତି ଯେ ଦିଲ୍ଲୀର ଶିକ୍ଷା ବିପ୍ଳବ ଦ୍ୱାରା ପ୍ରଭାବିତ ହେବା ପରେ ଅଭଧ ଓଝା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ତାଙ୍କ ଘର ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ। UPSC ପରୀକ୍ଷାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ ସେ ଆହ୍ଲାବାଦର କୋଚିଂ ସେଣ୍ଟରରେ ଶିକ୍ଷାଦାନ ଆରମ୍ଭ କରିଥିଲେ। କୋଭିଡ ସମୟରେ ଅଫଲାଇନ୍ କ୍ଲାସ୍ ବନ୍ଦ ରହିବାରୁ ୟୁଟ୍ୟୁବରେ ପାଠପଢାଇ ଲୋକପ୍ରିୟତା ହାସଲ କରିଥିଲେ ପ୍ରବଧ।
ସେ ଦିଲ୍ଲୀର ଅନେକ ନାମୀଦାମୀ IAS କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଛନ୍ତି। 2019ରେ ମହାରାଷ୍ଟ୍ରର ପୁଣେରେ IQRA IAS ଏକାଡେମୀ ପ୍ରତିଷ୍ଠା କରିଥିଲେ ପ୍ରବଧ ଓଝା।
ପ୍ରକାଶ ଥାଉକି, ଆସନ୍ତା ବର୍ଷ ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିନଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ଆପ୍। ବିଧାନସଭା ନିର୍ବାଚନରେ ଦଳ ଇଣ୍ଡିଆ ବ୍ଲକ୍ ସହ ମେଣ୍ଟ କରିବ ନାହିଁ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ।












Click it and Unblock the Notifications