Get Updates
Get notified of breaking news, exclusive insights, and must-see stories!

ବାହାରିଲା UPSC ବିଜ୍ଞପ୍ତି: କିପରି କରିବେ ଆବେଦନ ?

ସିଭିଲ ସର୍ଭିସ୍ ପ୍ରାଥମିକ ପରୀକ୍ଷା (UPSC CSE 2025) ପାଇଁ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ UPSCରେ CSE ଓ IFS ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୧୦୦ରୁ ଅଧିକ ପଦବୀ ପୂରଣ ହେବ। ଗ୍ରାଜୁଏସନ୍ ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in କୁ ଯାଇ ଆବେଦନ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୨ ଜାନୁଆରୀ ୨୦୨୫
ଅନ୍‌ଲାଇନ୍ ଆବେଦନ ଶେଷ - ୧୧ ଫେବୃଆରୀ ୨୦୨୫
ପ୍ରାଥମିକ ପରୀକ୍ଷା - ୨୫ ମେ ୨୦୨୫

ଖାଲି ପଦବୀ:

CSE - ୯୭୯ଟି ପୋଷ୍ଟ୍‌
IFS - ୧୫୦ଟି ପୋଷ୍ଟ୍‌
ମୋଟ ପଦବୀ - ୧୧୨୯ଟି ପୋଷ୍ଟ୍‌

ଯୋଗ୍ୟତା:

IAS - ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌସି ବିଷୟରେ ସ୍ନାତକ ଡିଗ୍ରୀ
IFS - ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଭୂବିଜ୍ଞାନ, ଗଣିତ, ପଦାର୍ଥ ବିଜ୍ଞାନ, ପରିସଂଖ୍ୟାନ, କୃଷି କିମ୍ବା ସମକକ୍ଷ ବିଷୟରେ ସ୍ନାତକ ଡିଗ୍ରୀ

ବୟସ ସୀମା:

ସର୍ବନିମ୍ନ ବୟସ - ୨୧ ବର୍ଷ
ସର୍ବାଧିକ ବୟସ - ୩୨ ବର୍ଷ
ବୟସ ଗଣନା ୦୧ ଅଗଷ୍ଟ୍ ୨୦୨୫ ଅନୁସାରେ ହେବ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଦରମା:

ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:
ସାଧାରଣ ବର୍ଗ - ୧୦୦ଟଙ୍କା
SC/ST/PwBD/ ମହିଳା - ଦେୟମୁକ୍ତ
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
ପ୍ରାରମ୍ଭିକ ପରୀକ୍ଷା
ମୁଖ୍ୟ ପରୀକ୍ଷା
ବ୍ୟକ୍ତିଗତ ସାକ୍ଷାତକାର
ଡକ୍ୟୁମେଣ୍ଟ୍ ଯାଞ୍ଚ

UPSC Notification
କିପରି କରିବେ ଆବେଦନ:
ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଆନ୍ତୁ
ହୋମ୍‌ପେଜ୍‌ରେ UPSC Civil Services Prelims Exam 2025 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
ନିଜକୁ ପଞ୍ଜିକରଣ କରନ୍ତୁ
ଏହା ପରେ ଲଗ୍‌ ଇନ୍ କରି
ଆବେଦନ ଫର୍ମ ପୂରଣ କରନ୍ତୁ
ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
ଆବେଦନ ଫିସ୍ ଦିଅନ୍ତୁ
'Submit' ବଟନ୍‌ରେ କ୍ଲିକ୍ କରନ୍ତୁ
ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+