Get Updates
Get notified of breaking news, exclusive insights, and must-see stories!

ଝାଡ଼ୁ ଧରିଲେ UPSC ଗୁରୁ ଅବଧ ଓଝା

ନୂଆଦିଲ୍ଲୀ: ଶିକ୍ଷକଙ୍କ ଶିକ୍ଷକତାରୁ ରାଜନୀତି। ଲୋକପ୍ରିୟ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଶିକ୍ଷକ ଅବଦ୍ଧ ଓଝା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ଆପର ଶକ୍ତି ଦୃଢ ହୋଇଛି। ଆଜି ବିଶିଷ୍ଟ ଶିକ୍ଷକ ଅବଧ ଓଝା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ ସିସୋଦିଆଙ୍କ ଉପସ୍ଥିରରେ ଆପରେ ସାମିଲ ହୋଇଛନ୍ତି। ଦେଶର ଏକାଧିକ ଖ୍ୟାତିସମ୍ପନ୍ନ ଶିକ୍ଷକମାନଙ୍କ ମଧ୍ୟରୁ ଅବଧ ଓଝା ହେଉଛନ୍ତି ଅନ୍ୟତମ। ସେ UPSC ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ପାଠ ପଢାନ୍ତି।

ଏହାବ୍ୟତୀତ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଜଣେ ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ଜଣାଶୁଣା। ସମଗ୍ର ଦେଶରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଖୁବ୍ ପରିଚିତ ଅବଧ ଓଝା।UPSC ପରୀକ୍ଷାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ ସେ ଆହ୍ଲାବାଦର କୋଚିଂ ସେଣ୍ଟରରେ ଶିକ୍ଷାଦାନ ଆରମ୍ଭ କରିଥିଲେ। କୋଭିଡ ସମୟରେ ଅଫଲାଇନ୍ କ୍ଲାସ୍ ବନ୍ଦ ରହିବାରୁ ୟୁଟ୍ୟୁବରେ ପାଠପଢାଇ ଲୋକପ୍ରିୟତା ହାସଲ କରିଥିଲେ ପ୍ରବଧ।

Avadh Ojha Sir Join AAP

ସେ ଦିଲ୍ଲୀର ଅନେକ ନାମୀଦାମୀ IAS କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଛନ୍ତି। 2019ରେ ମହାରାଷ୍ଟ୍ରର ପୁଣେରେ IQRA IAS ଏକାଡେମୀ ପ୍ରତିଷ୍ଠା କରିଥିଲେ ପ୍ରବଧ ଓଝା।୨୦୨୫ ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିନଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ଆପ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+