IAS'ପଦ ହରାଇଲେ 'ପୂଜା ଖେଡକର, ଭବିଷ୍ୟତରେ ଦେଇ ପାରିବେ ନାହିଁ UPSC ପରୀକ୍ଷା
Puja Khedkar News: ବିବାଦରେ ଘେରି ହୋଇ ରହିଥିବା ଟ୍ରେନି IAS'ପୂଜା ଖେଡକରଙ୍କୁ ବଡ଼ ଝଟକା । ୟୁପିଏସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସେ ଆଉIAS ନୁହେଁନ୍ତି, ସେ ଆଇଏସଏସ୍ ପଦ ହରାଇଛନ୍ତି । UPSC ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରାଯାଇଛି । ଏପରିକି ସେ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ କୌଣସି ପରୀକ୍ଷା ଦେଇ ପାରିବେ ନାହିଁ ।

ଏହା ବ୍ୟତୀତ ଆୟୋଗ ଦ୍ୱାରା CSE-2022 ପାଇଁ ତାଙ୍କର ପ୍ରାର୍ଥୀପତ୍ର ବାତିଲ କରାଯାଇଛି। ସେ ଭବିଷ୍ୟତରେ ଆଉ ୟୁପିଏସସି ପରୀକ୍ଷା ଦେଇ ପାରିବେ ନାହିଁ । ତେବେ ନକଲି ପରିଚୟପତ୍ର ସହ ଏକାଧିକ ଥର ସେ ପରୀକ୍ଷା ଦେଇଥିଲେ । ଯାହା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ ପୂଜା ଖେଡକରଙ୍କ ଉପରେ ଠକେଇ ଅଭିଯୋଗ ଲଗାଯାଇଛି । ବୁଧବାର (31 ଜୁଲାଇ) ଦିନ ପୂଜା ଖେଡକରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି ଦିଲ୍ଲୀ କୋର୍ଟରେ ଅନୁଷ୍ଠିତ ହୋଇଥିଲା। କୋର୍ଟଙ୍କ ଶୁଣାଣି ପରେ ଏହା ଏହାର ନିଷ୍ପତ୍ତି ସଂରକ୍ଷିତ ରଖାଯାଇଛି । ଅଗଷ୍ଟ ୧ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ।
ନିକଟରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୟୁପିଏସ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୂଜା ଖେଡକରଙ୍କ ନାମ, ଫଟୋଗ୍ରାଫ, ଇମେଲ ଏବଂ ଠିକଣା ଭଳି ଡକ୍ୟୁମେଣ୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। କ୍ରାଇମ ବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ପରେ ପୂଜା ଖେଡକର ଗିରଫଦାରୀକୁ ଏଡାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।
ଏହାପୂର୍ବରୁ ୟୁପିଏସ୍ ପୂଜା ଖେଡକରଙ୍କ ବିରୋଧରେ ନୋଟିସ ଜାରି କରିଥିଲା। ଆୟୋଗ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଖେଡକର ତାଙ୍କ ନାମ, ପିତା ଏବଂ ମାତାଙ୍କ ନାମ, ଫଟୋଗ୍ରାଫ / ଦସ୍ତଖତ, ଇମେଲ ID, ମୋବାଇଲ ନମ୍ବର ବଦଳାଇ ଏକ ନକଲି ପରିଚୟ ଦେଇଥିଲେ । ସେ ନିଜ ନାଁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା ।
ଦିବ୍ୟାଙ୍ଗ ଓ ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର କରିଥିବାରୁ କ୍ରାଇମବ୍ରାଞ୍ଚ ମଧ୍ୟ ପୂଜାଙ୍କ ନାଁରେ ଗୋଟିଏ ମାମଲା କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଜଣେ ଆସିସଷ୍ଟାଣ୍ଠ କମିଶନରଙ୍କୁ ବିଭିନ୍ନ ସରକାରୀ ଅଫିସରେ ଥିବା ଦସ୍ତାବିଜ ଗୁଡ଼ିକୁ ଯାଞ୍ଚ କରିବା ପାଇଁ କୁହାଯାଇଛି ।












Click it and Unblock the Notifications