ଯୋଗୀଙ୍କୁ ଲାଗିଲା ବଡ଼ ଝଟକା , ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର କାଉଡିଆ ଯାଉଥିବା ରାସ୍ତାରେ ଦୋକାନୀମାନେ ନିଜ ନିଜର ନାମ ଲେଖିବା ଆଦେଶ ଉପରେ ସୁପ୍ରିମକୋର୍ଟ ଦଖଲ ଦେଇଛନ୍ତି । ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି ।
ଏହା ସହିତ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏହାର ଜବାବ ଦେବା ପାଇଁ ନୋଟିସ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ । ସୁଚନାନୁସାରେ , କାଉଡ଼ିଆ ଯାତ୍ରା ମାର୍ଗରେ ପଡ଼ୁଥିବା ହୋଟେଲଗୁଡ଼ିକରେ ମାଲିକଙ୍କ ନାମ ସାର୍ବଜନୀନ କରାଯିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ନେଇଥିଲେ ୟୁପି ସରକାର । ପରେ ୟୁପି ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ସୋମବାର ସୁପ୍ରିମକୋର୍ଟ ନେମ୍ ପ୍ଲେଟ୍ ବିବାଦ ଉପରେ ଶୁଣାଣି କରି ଉତ୍ତରପ୍ରଦେଶ ସରକାର ଦେଇଥିବା ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଯେଉଁଥିରେ କାଉଡିଆ ଯାତ୍ରା କରୁଥିବା ରାସ୍ତା ଗୁଡିକରେ ସବୁ ଦୋକାନରେ ନିଜର ପରିଚୟ ପ୍ରଦାନ କରି ବୋର୍ଡ ଲଗାଇବାକୁ କୁହାଯାଇଥିଲା ।
ଯାହାକୁ ରୋକ ଲଗାଇ କୋର୍ଟ କହିଛନ୍ତି, ଦୋକାନୀମାନଙ୍କୁ ସେମାନଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ଦୋକାନୀଟି କେବଳ ଖାଇବାର ମେନ୍ୟୁ, ତାହା ମାଂସାହାରୀ କି ଶାକାହାରୀ ବ୍ୟତୀତ ଅନ୍ୟ କୌଣସି ସୂଚନା ଦେବା ଆବଶ୍ୟକତା ନାହିଁ ବୋଲି ରୋକ ଠୋକ ଶୁଣାଇଦେଇଛନ୍ତି ସୁପ୍ରିମକୋର୍ଟ ।












Click it and Unblock the Notifications