ୟୁପିଆଇ କାରବାରରେ ଦେଶର ୧୫ତମ ସ୍ଥାନରେ ଓଡ଼ିଶା,ଜାଣନ୍ତୁ ପ୍ରଥମରେ କିଏ?
ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ଭାରତକୁ ବିଶ୍ବର ଅଗ୍ରଣୀ ଦେଶ ଭାବେ ସ୍ଥାପିତ କରିଥିବା ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟର୍ଫେସ୍ (ୟୁପିଆଇ) ଗ୍ରହଣୀୟତା ସାରା ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହି ସେବା ବ୍ୟାପକ ଭାବେ ବ୍ୟବହୃତ ହେଉଛି। ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ତଥ୍ୟ ଅନୁସାରେ ଗତ ଜୁଲାଇରେ ଓଡ଼ିଶାରେ ୟୁପିଆଇରେ ୩୩,୮୯୦ .୨୨ କୋଟି ଟଙ୍କାର କାରବାର ହୋଇଛି। ଲୋକମାନେ ୨୬.୩୭ କୋଟିରୁ ଅଧିକ ଥର ୟୁପିଆଇ ପେମେଣ୍ଟ କରିଛନ୍ତି। କିନ୍ତୁ ଜାତୀୟ ସ୍ତରରେ ୟୁପିଆଇ ଜରିଆରେ ହେଉଥିବା କାରବାର ପ୍ରତି ଓଡ଼ିଶାର ଅବଦାନ ଏତେଟା ଉତ୍ସାହଜନକ ନାହିଁ।

ଜାତୀୟ କାରବାର ପ୍ରତି ରାଜ୍ୟର ଅବଦାନ ମାତ୍ର ୧.୩୫ ପ୍ରତିଶତ ରହିଛି। ସର୍ବାଧିକ ୟୁପିଆଇ ପେମେଣ୍ଟ୍ କରୁଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି। ପ୍ରଥମ ଦଶଟି ସ୍ଥାନରେ କ୍ରମାନ୍ବୟରେ ମହାରାଷ୍ଟ୍ର (୯.୧୯%), କର୍ଣ୍ଣାଟକ (୫.୭୬%), ଉତ୍ତରପ୍ରଦେଶ (୫.୨୬%), ତେଲେଙ୍ଗାନା (୫.୦୫%), ତାମିଲନାଡୁ (୪.୬୭%), ଆନ୍ଧ୍ରପ୍ରଦେଶ (୩.୭୩%), ରାଜସ୍ଥାନ (୩.୦୩%), ଗୁଜରାଟ (୨.୯୫%), ଦିଲ୍ଲୀ (୨.୩୫%) ଓ ପଶ୍ଚିମବଙ୍ଗ (୨.୪୮%) ରହିଛନ୍ତି। ମଧ୍ୟପ୍ରଦେଶ, ବିହାର, ହରିୟାଣା ଓ କେରଳର ପ୍ରଦର୍ଶନ ମଧ୍ୟ ଓଡ଼ିଶାଠାରୁ ଭଲ ରହିଛି।












Click it and Unblock the Notifications