ସାରା ଦେଶରେ UPI ସର୍ଭର ଡାଉନ
UPI ରେ ପୁଣି ଥରେ ସମସ୍ୟା ଦେଖାଦେଇଛି । ସାରା ଦେଶରେ ୟୁପିଆଇ ସର୍ଭର ଡାଉନ ରହିଛି । ଶନିବାର ଦିନ ଲୋକମାନେ ଅନଲାଇନ୍ ପେମେଣ୍ଟ କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଡାଉନ୍ ଡିଟେକ୍ଟର ଅନୁଯାୟୀ, UPIରେ ସମସ୍ୟା ସକାଳ 11:26 ରେ ଆରମ୍ଭ ହୋଇଥିଲା।

ପ୍ରାୟ ଦୁଇ ଶହରୁ ଅଧିକ ଲୋକ ପେମେଣ୍ଟରେ ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି । Paytm ଏବଂ Google Pay ପରି ପ୍ଲାଟଫର୍ମରେ ମଧ୍ୟ ପେମେଣ୍ଟ କରିବାରେ ସମସ୍ୟା ଦେଖାଦେଇଛି । ଗତ ଏକ ବର୍ଷ ମଧ୍ୟରେ ଷଷ୍ଠ ଥର ପାଇଁ UPI ସର୍ଭର ଡାଉନ ହୋଇଛି ଏବଂ ଏକ ମାସ ମଧ୍ୟରେ ଏହା ତୃତୀୟ ଥର ପାଇଁ ୟୁପିଆଇ ସେବା ଠପ୍ ହୋଇଛି ।
ସାରା ଦେଶରେ UPI ସେବାରେ ବାଧା ସୃଷ୍ଟି ହେବା ସମ୍ପର୍କରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏକ ସରକାରୀ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ, NPCI ବର୍ତ୍ତମାନ କିଛି ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି, ଯେଉଁଥି ପାଇଁ କିଛି UPI କାରବାର ଆଂଶିକ ଭାବରେ ବିଫଳ ହେଉଛି। ଆମେ ଏହି ସମସ୍ୟାର ସମାଧାନ ପାଇଁ କାମ କରୁଛୁ । ଅସୁବିଧା ପାଇଁ ଆମେ ଦୁଃଖିତ।"












Click it and Unblock the Notifications