Get Updates
Get notified of breaking news, exclusive insights, and must-see stories!

ଏବେ ଏହି ଦେଶକୁ ଗଲେ ମିଳିବ UPI ସୁବିଧା, ସହଜରେ କରିପାରିବେ ସପିଂ

UPI: କାରବାର ସମେତ ବ୍ୟାଙ୍କିଙ୍ଗ ସେବାକୁ ଡିଜିଟାଲାଇଜେସନ କରିବାରେ ଭାରତ ବିଶ୍ୱ ସ୍ତରରେ ଆଗରେ ରହିଛି । ଅନେକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଭାରତର ଭିତ୍ତିଭୂମି ଅନେକ ବିକଶିତ ଦେଶ ଅପେକ୍ଷା ଉତ୍ତମ । ଭାରତକୁ ଡିଜିଟାଲ୍ ପେମେଣ୍ଟର ଅଗ୍ରଣୀ କରିବାରେ ୟୁପିଆଇର ସବୁଠାରୁ ବଡ଼ ଅବଦାନ ରହିଛି। ଏହି କାରଣରୁ ବର୍ତ୍ତମାନ ୟୁପିଆଇର ବ୍ୟବହାର ଭାରତ ବାହାରେ ମଧ୍ୟ କରାଯାଉଛି ।

ପଡୋଶୀ ଦେଶ ଶ୍ରୀଲଙ୍କା ଏବଂ ମରିସସରେ ଏବେ ଭାରତ ୟୁପିଆଇ ସେବା ଆରମ୍ଭ କରିଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଉଥ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କ ଉପସ୍ଥିତିରେ ଉଭୟ ଦେଶରେ UPI ସେବା ଆରମ୍ଭ କରାଯାଇଛି । ଏହା ସହିତ ଉଭୟ ଶ୍ରୀଲଙ୍କା ଏବଂ ମରିସସରେ ରୁପେ କାର୍ଡ ସେବା ମଧ୍ୟ ଆରମ୍ଭ ହୋଇଛି । ଏହାର କିଛି ଦିନ ପୂର୍ବରୁ ଫ୍ରାନ୍ସରେ UPI ସେବା ଆରମ୍ଭ ହୋଇଯାଇଛି ।

UPI Payment Services Launched

ଭାରତର ପେମେଣ୍ଟ ନିୟାମକ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଯଥା NPCI ଦ୍ୱାରା UPI ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ସହଜରେ ଟ୍ରାଞ୍ଜାକ୍ସନ ହେବା ସହ, ପଇସା ପଠାଇବା ମଧ୍ୟ ଅତି କମ ସମୟରେ ଏବଂ ସହଜରେ ହୋଇ ପାରୁଛି । ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ବ୍ୟାଙ୍କୁ ଏବେ ୟିପିଆଇ ମାଧ୍ୟମରେ ଖୁବ୍ କମ ସମୟରେ ଅର୍ଥାତ୍ ମାତ୍ରା କିଛି ସେକେଣ୍ତ ମଧ୍ୟରେ ହିଁ ଟଙ୍କା ଟ୍ରାନ୍ସଫର୍ ହୋଇପାରୁଛି । ୟୁପିଇ ଯୋଗୁଁ ଆଜି ଭାରତରେ ଡିଜିଟାଲ ପେମେଣ୍ଟର ସଂଖ୍ୟା ବଢିବା ସହ ବଡ଼ ସଫଳତା ମିଳିଛି । ଲୋକମାନେ ଆଜିକା ତାରିଖରେ ଗୋଟେ କପ୍ ଚା'ପିଇବା ଠାରୁ ଆରମ୍ଭ କରି ପନିପରିବା, ଖାଦ୍ୟ ସାମଗ୍ରୀ ଏବଂ ଲୁଗା ପଟା କିଣିବା ସମୟରେ ମଧ୍ୟ ୟିପିଆ ଜରିଆରେ ଅତି ସହଜରେ ପେମେଣ୍ଟ କରିପାରୁଛନ୍ତି ଲୋକେ ।

ସମଗ୍ର ବିଶ୍ୱରେ UPI କୁ ଗ୍ରହଣୀୟ କରିବା ଦିଗରେ ଭାରତ ସରକାରଙ୍କ ଉଦ୍ୟମ ଜାରି ରହିଛି । ଏହି ମାସରେ ଫ୍ରାନ୍ସରେ UPI ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଆପଣ ଫ୍ରାନ୍ସର ପ୍ୟାରିସର ଆଇଫେଲ ଟାୱାରରେ UPI ମାଧ୍ୟମରେ ପେମେଣ୍ଟ କରିପାରିବେ । ଏଥିପାଇଁ ଆଇଫେଲ ଟାୱାରର ୱେବସାଇଟରେ ଏକ QR କୋଡ୍ ଦିଆଯାଇଛି, ଯେଉଁଥିରେ ସହଜରେ ସ୍କାନ୍ କରି ଲୋକେ UPI ପେମେଣ୍ଟ କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+