PhonePe ଆଣିଲା ନୂଆ ଫିଚର୍, ବିନା ଇଣ୍ଟରନେଟରେ ମଧ୍ୟ ପଠାଇ ପାରିବେ ଟଙ୍କା
PhonePe UPI Lite: ଫୋନ ପେ ଏହାର ନୂଆ ଫିଚର UPI LITE ଆଣିଛି । ଏହି ନୂଆ ଫିଚର ଦ୍ବାରା ଗ୍ରାହକ ବିନା ଇଣ୍ଟରନେଟରେ ମଧ୍ୟ ପଠାଇ ପାରିବେ ଟଙ୍କା । ତେବେ ଏଥିରେ ଗ୍ରାହକ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ଅତି ସହଜରେ କରିପାରିବେ । ଏଥିପାଇଁ କୌଣସି ପିନ୍ର ଆବଶ୍ୟକତା ପଡ଼ିବ ନାହିଁ । କେବଳ ଗୋଟିଏ କ୍ଲିକ୍ରେ ହିଁ ହୋଇପାରିବ ପେମେଣ୍ଟ ।
ତେବେ ଟଙ୍କା ପଠାଇବା ପାଇଁ ଆପଣଙ୍କୁ କିଛି ରାଶି UPI Lite ରେ ଜମା କରିବାକୁ ପଡିବ । ଏହା ପରେ ଯାଇ ଆପଣ ପେମେଣ୍ଟ୍ କରିବାକୁ ସମର୍ଥ ହେବେ । ଏହା ପୂର୍ବରୁ ପେଟିଏମରେ ମଧ୍ୟ ୟୁପିଆଇ ଲାଇଟ୍ ଆସି ସାରିଛି ।

ଏନେଇ ଫୋନ୍ପେର କୋ-ଫାଉଣ୍ଡର ଏବଂ ଚିଫ୍ ଟେକ୍ନୋଲୋଜୀ ଅଫିସର ରାହୁଲ ଚାରୀ କହିଛନ୍ତି ଯେ, UPI LITE, UPIର ହିଁ ଏକ ଅଂଶ । ଏହାର ଲକ୍ଷ୍ୟ ଅଳ୍ପ ପରିମାଣ ଟଙ୍କା ପଠାଉଥିବା ବା ଦିନରେ ଅନେକ ଥର ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ଏହା ଅଧିକ ସୁହାଇବ। ସେ କହିଛନ୍ତି ବର୍ତ୍ତମାନ କରାଯାଉଥିବା ୟୁପିଆଇ ପେମେଣ୍ଟ ମଧ୍ୟରେ ଅଳ୍ପ ଆକାର ହେଉଥିବା ଟ୍ରାଞ୍ଜାକ୍ସନର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ଏମିତିରେ UPI LITE ଏହି ଟ୍ରାଞ୍ଜାକ୍ସନ ଆହୁରି ସହଜ ଏବଂ ଶୀଘ୍ର ହୋଇ ପାରିବ । ଏହାଦ୍ବାରା ୟୁପିଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଲୋକଙ୍କୁ ପେମେଣ୍ଟ କରିବା ସମୟରେ ନେଟଓ୍ବର୍କର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ଭାବରେ ଏହା NCPI ତରଫରୁ ଏକ ବଢ଼ିଆ ଫିଚର ହୋଇପାରେ ।
ତେବେ ସମସ୍ତ ପ୍ରମୁଖ ବ୍ୟାଙ୍କ ପାଇଁ ଫୋନ୍ ପେ' ର ଏହି UPI LITE
ସପୋର୍ଟ କରିବ । ଏଥି ସହିତ ଏହି ସେବା ସମଗ୍ର ଦେଶରେ UPI ବ୍ୟବସାୟୀ ଏବଂ QR କୋଡ୍ ଉପରେ ମଧ୍ୟ କାର୍ଯ୍ୟ କରିବ ।
ଏହି ସୁବିଧା 'ଏକ ଅନ୍ ଡିଭାଇସ୍ ବାଲାନ୍ସ' ମାଧ୍ୟମରେ ପରିଚାଳିତ। ଖାସ୍ କରି କମ୍ ଟଙ୍କାର ନେଣ ଦେଣ ପାଇଁ ଏହା ଉତ୍ତମ।
PhonePeପେ ୟୁଜର୍ସ ବିନା କୌଣସି ଅସୁବିଧାରେ ଏହି ଫିଚର ଆକ୍ଟିଭ କରିପାରିବେ ଏବଂ ବିନା କେଓ୍ବାଇସିରେ ମଧ୍ୟ UPI LITEରେ ନିଜ ଆକାଉଣ୍ଟ କରି ପାରିବେ । ୟୁଜର ସର୍ବାଧିକ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଲୋଡ କରି ପାରିବେ । କିନ୍ତୁ ଏକାଥରେ ୨୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ।












Click it and Unblock the Notifications