ଏଣିକି ବିନା କାର୍ଡରେ ବି ATMରୁ ଉଠାଇ ହେବ ଟଙ୍କା, ଆସିଲା ୟୁପିଆଇ ଏଟିଏମ୍
UPI ATM: ଏଟିଏମ୍ରୁ ଟଙ୍କା ଉଠାଇବାକୁ ହେଲେ ଡେବିଟ୍ କାର୍ଡ ଆବଶ୍ୟକ ହୋଇଥାଏ । ମାତ୍ର ଦେଶରେ ପ୍ରଥମ ଥର ପାଇଁ ୟୁପିଆଇ ଏଟିଏମକୁ ଉନ୍ମୋଚନ କରାଯାଇଛି । ଯେଉଁଥିରେ ବିନା କାର୍ଡରେ ଟଙ୍କା ଉଠାଇ ହେବ।
ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ସହଯୋଗରେ ହିଟାଚି ପେମେଣ୍ଟ୍ ସର୍ଭିସେସ୍ ପକ୍ଷରୁ ସେହି ଏଟିଏମ୍କୁ ଉନ୍ମୋଚନ କରାଯାଇଛି । ଏଥିରେ ଗ୍ରାହକମାନେ କ୍ୟୁଆର୍ କୋଡ୍କୁ ସ୍କାନ୍ କରି ଟଙ୍କା ଉଠାଇ ପାରିବେ ।

ଏକାଥରେ ଉଠାଇ ପାରିବେ ୧୦,୦୦୦ ଟଙ୍କା
ପ୍ରଥମ ଥର ପାଇଁ QR କୋଡ୍ ମାଧ୍ୟମରେ ନଗଦ ଟଙ୍କା କାରବାର ହୋଇଛି । ବର୍ତ୍ତମାନ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ସାରା ଦେଶରେ ପ୍ରାୟ ୭୦୦ ମେସିନ୍ ସ୍ଥାପନ କରାଯାଇଛି । ଗ୍ରାହକମାନେ ଗୋଟିଏ ଥରରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ କରି ପାରିବେ ।
କେମିତି ଉଠାଇବେ ଟଙ୍କା ?
- ସର୍ବପ୍ରଥମେ ଆପଣଙ୍କୁ ସ୍ଥିର କରିବାକୁ ପଡିବ ଯେ କେତେ ଟଙ୍କା ଉଠାଇବେ ।
- ଏହା ପରେ, ଆପଣ ଆପଣଙ୍କ ସ୍କ୍ରିନରେ ଏକ QR କୋଡ୍ ଦେଖିବେ ।
- ଆପଣ UPI ଆପ୍ ମାଧ୍ୟମରେ ଆପଣଙ୍କୁ ଏହି QR କୋଡ୍ ସ୍କାନ୍ କରିବାକୁ ପଡିବ ।
- ଏହା ପରେ ଆପଣଙ୍କୁ ଆପଣଙ୍କର UPI PIN ଏଣ୍ଟର କରିବାକୁ ପଡିବ ।
- ବର୍ତ୍ତମାନ ଆପଣଙ୍କ ଟ୍ରାଞ୍ଜାକ୍ସନ ସଫଳ ହେବ ଏବଂ ଆପଣ ଟଙ୍କା ପାଇପାରିବେ ।
ତେବେ ୟୁପିଆଇ ଏଟିଏମର ସବୁଠୁ ବଡ଼ ଲାଭ ହେଉଛି ଯେ କୌଣସି ବ୍ୟାଙ୍କର ଖାତାରୁ ୟୁପିଆଇ ଆପକୁ ବ୍ୟବହାର କରି ଟଙ୍କା ଉଠାଇ ହେବ। ୟୁପିଆଇ ଏଟିଏମରୁ ଟଙ୍କା ଉଠାଇବା ପାଇଁ ସେଥିରେ ଥିବା 'ୟୁପିଆଇ ଟଙ୍କା ଉଠାଣ' ବିକଳ୍ପ ଚୟନ କରିବାକୁ ପଡ଼ିବ ।












Click it and Unblock the Notifications