ସରକାରଙ୍କ ବଡ଼ ଘୋଷଣା; ଦୀପାବଳିରେ ମିଳିବ ମାଗଣା ଗ୍ୟାସ୍ !
ଦୀପାବଳିରେ କୋଟି କୋଟି ମହିଳାଙ୍କୁ ଖୁସି ଖବର ଦେବେ ସରକାର । ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ ଏକ ସମାରୋହରେ ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଯୋଜନା ଆରମ୍ଭ କରିବେ । ଏହା ଅଧିନରେ ମହିଳାମାନଙ୍କୁ ମାଗଣା ଏଲପିଜି ସିଲିଣ୍ଡର ମିଳିବ ।
ସୂଚନା ଅନୁସାରେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ପ୍ରତିବର୍ଷ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଯୋଗାଇ ଦିଆଯିବ । ଏହି ଯୋଜନା ଅଧୀନରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ମାଗଣା ସିଲିଣ୍ଡର ରିଫିଲ୍ ବଣ୍ଟନ କରାଯିବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୦୨୫ ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ୨୦୨୬ ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲି ବ। ଯୋଗୀ ସରକାର ଏଥିପାଇଁ ୧୫୦୦ କୋଟିର ବଜେଟ ବ୍ୟବସ୍ଥା କରିଛନ୍ତି ।

ହିତାଧିକାରୀମାନେ ବଜାର ହାରରେ (ସବସିଡି ସମେତ) ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର କିଣିବେ, ଏବଂ ସମ୍ପୂର୍ଣ୍ଣ ସବସିଡି ରାଶି ୩-୪ ଦିନ ମଧ୍ୟରେ ସେମାନଙ୍କର ଆଧାର-ସଂଲଗ୍ନ ଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଯେଉଁମାନଙ୍କର ପୂର୍ବରୁ ୫ କିଲୋଗ୍ରାମ ସିଲିଣ୍ଡର ଅଛି, ସେମାନେ ମଧ୍ୟ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇପାରିବେ । ଏହି ଯୋଜନା ସିଙ୍ଗଲ କନେକ୍ସନ ଧାରକଙ୍କୁ ମଧ୍ୟ ଲାଭ ଦେବ ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications