Get Updates
Get notified of breaking news, exclusive insights, and must-see stories!

ବାବୁ ସାଜିଥିଲେ ନକଲି ପୋଲିସ, ଆଦାୟ କରୁଥିଲେ ଟୋଲ ଟ୍ୟାକ୍ସ: ଧରା ପକାଇ ଦେଲା ଓଜନ

ନକଲି ମୁଖା ଖୋଲିଦେଲା ଅସଲି ପେଟ । ବାବୁ ସାଜିଥିଲେ ନକଲି ପୋଲିସ । ଆଦାୟ କରୁଥିଲେ ଟୋଲ ଟ୍ୟାକ୍ସ । ହେଲେ ଧରା ପକାଇ ଦେଲା ନିଜ ଦେହର ଓଜନ । ନକଲି ପୋଲିସ ବାବୁଙ୍କ ଓଜନ ୧୮୦ କେଜି ।

ଲକ୍ଷ୍ନୌ: ନକଲି ମୁଖା ଖୋଲିଦେଲା ଅସଲି ପେଟ । ବାବୁ ସାଜିଥିଲେ ନକଲି ପୋଲିସ । ଆଦାୟ କରୁଥିଲେ ଟୋଲ ଟ୍ୟାକ୍ସ । ହେଲେ ଧରା ପକାଇ ଦେଲା ନିଜ ଦେହର ଓଜନ । ନକଲି ପୋଲିସ ବାବୁଙ୍କ ଓଜନ ୧୮୦ କେଜି । ଦେହରେ ଥ୍ରୀ ଷ୍ଟାର୍‌ ପୋଲସ ବର୍ଦ୍ଦି। ରୁବାବ ବି କିଛି କମ୍‌ ନୁହେଁ । ହେଲେ ସବୁ ଫସର ଫାଟିଗଲା । ଯୁବକଙ୍କର ମିଛ ଧରା ପକାଇଦେଲା ମୋଟାପଣ । ନକଲି ପୋଲିସ ସାଜି ଟୋଲ ଆଦାୟ କରୁଥିବା ବେଳେ ଶେଷରେ ଧରା ପଡିଲେ । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଫିରୋଜାବାଦରୁ ।

UP Police

ଏହି ଯୁବକଙ୍କ ନାମ ମୁକେଶ ଯାଦବ। ବୟସ ୨୩ । ଓଜନ ୧୮୦ କେଜି। ସେ ଗାଜିଆବାଦର ବାସିନ୍ଦା। ନିଜକୁ ଉତ୍ତରପ୍ରଦେଶର ଟୁଣ୍ଡଲା ଥାନା ଅଧିକାରୀର ପରିଚୟ ଦେଉଥିଲେ । ପୋଲିସ ପୋଷାକ ପିନ୍ଧି ଜାତୀୟ ରାଜପଥ ଉପରେ ବସ୍‌, ଟ୍ରକ୍‌କୁ ଅଟକାଇ ଟୋଲ ଆଦାୟ କରୁଥିଲା ମୁକେଶ । ତା' ସହ ମିଶି ଦୁଇ ତିନି ଜଣ ସହଯୋଗୀ ମଧ୍ୟ ଟୋଲ ଆଦାୟ କରୁଥିଲେ। ମୁକେଶ ଏକ ୱାଗନର୍‌ କାରରେ ବସି ରହୁଥିଲା। ତା'ର ସହଯୋଗୀ ମାନେ ଗାଡିରୁ ଟଙ୍କା ଆଦାୟ କରୁଥିଲେ।

ଯେତେବେଳେ ଉକ୍ତ ଯୁବକ ବିଷୟରେ ଟୁଣ୍ଡଲା ପୋଲିସ ପାଖରେ ସୂଚନା ପହଁଚିଥିଲା , ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ରବିବାର ଗିରଫ କରିବା ସହ ଜେଲ୍ ପଠାଇଛି ପୋଲିସ । ପୋଲିସର କହିବା ମୁତାବକ ଗିରଫ ହୋଇଥିବା ଯୁବକର ଓଜନ ୧୮୦ କେଜି । ସେପଟେ ସୋଶାଲ ମିଡିଆରେ ନକଲି ପୁଲିସ ବେଶରେ ଥିବା ମୁକେଶର ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+