Get Updates
Get notified of breaking news, exclusive insights, and must-see stories!

Lok Sabha Election 2024: କେଉଁଠି ମାରପିଟ୍ ତ କେଉଁଠି EVM ଖରାପ, ସମାଜବାଦୀ ପାର୍ଟି ଆଣିଲା ଅଭିଯୋଗ

Lok Sabha Election 2024: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଆଜି 12ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93ଟି ଆସନରେ ମତଦାନ ଜାରି ରହିଛି । ଆଜି ଉତ୍ତରପ୍ରଦେଶର ୧୦ଟି ଲୋକସଭା ଆସନ ସମ୍ବଲ, ହାଥରସ, ଆଗ୍ରା, ଫତେହପୁର ସିକ୍ରି, ଫିରୋଜାବାଦ, ମେନ୍ପୁରୀ, ଏଟା, ବନ୍ଦାୟୁ, ଆମଲା ଏବଂ ବରେଲିର 10ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ଉତ୍ତରପ୍ରଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ଚାଲିଥିବା ଭୋଟ୍ ସମ୍ପର୍କରେ ସମାଜବାଦୀ ପାର୍ଟି ଅନେକ ଜିଲ୍ଲାର ବୁଥରେ ଭୋଟ୍ ଦେବାରେ ସମସ୍ୟା ସୃଷ୍ଟି ହେଉଥିବା ଦାବି କରିଛି । ସମାଜବାଦୀ ପାର୍ଟି ସୋସିଆଲ ମିଡିଆ ଜରିଆରେ ଏନେଇ ସୂଚନା ଦେଇଛି ।

Lok Sabha Election 2024

ସମାଜବାଦୀ ପାର୍ଟି ଦାବି କରିଛି, ମେନ୍ପୁରୀ ଲୋକସଭା ବିଧାନସଭାର କିଶନି, ଚାତୁରିପୁର ବୁଥ୍ ନମ୍ବର 311 ରେ ଇଭିଏମ୍ ଖରାପ ଥିବା ନେଇ ସୂଚନା ମିଳିଛି । ନିର୍ବାଚନ ଆୟୋଗ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ଏବଂ ସଠିକ୍ ଢଙ୍ଗରେ ଭୋଟ୍ ପଡିବା ଉଚିତ୍ । ସେହିପରି ଆଉ ଏକ ଟୁଇଟ୍‌ରେ ସପା ଦାବି କରିଛି, ବିଜେପି କର୍ମୀମାନେ ବରିହା, ବୁଥ ନମ୍ବର 221 ଏବଂ ବାନସାରମାଉ, ମେନପୁରୀ ଲୋକସଭାର କିଶନି ବିଧାନସଭାରେ ବୁଥ ନମ୍ବର 175 ରେ ସମାଜବାଦି ପାର୍ଟିର ବୁଥ ଏଜେଣ୍ଟମାନଙ୍କୁ ଆକ୍ରମଣ କରିବା ସହ ଏବଂ ଧମକ ଦେଇଛନ୍ତି ।

ସମାଜବାଦୀ ପାର୍ଟି କହିଛନ୍ତି ଯେ, ମେନପୁରୀ ଲୋକସଭାର ଜସୱନ୍ତନଗରର ବୁଥ ନମ୍ବର 95 ଏବଂ କରହଲରେ ବୁଥ ନମ୍ବର 114 ଧିରେ ଧିରେ ଭୋଟ୍ ହୋଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଫିରୋଜାବାଦ ଲୋକସଭାର ଛୋଟା ଲାଲପୁରରେ ବୁଥ୍ ନମ୍ବର 249, 251 ରେ ବହୁ ଭୋଟରଙ୍କୁ ମତଦାନ କରିବା ପାଇଁ ବାରଣ କରାଯାଇଛି । ସାହସୱାନରେ ବୁଥ୍ ନମ୍ବର 279, 280ରେ ଭୋଟ୍ ଦେବା ପାଇଁ ପ୍ରଶାସନ ଛୋଟ ସ୍ଲିପ୍ ସହିତ ଭୋଟରଙ୍କୁ ଅଟକାଉଛି ବୋଲି ସପା ଦାବି କରିଛି । ଉତ୍ତରପ୍ରେଦଶର 10ଟି ଆସନରେ ମତଦାନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+