କୋର୍ଟରେ ସରେଣ୍ଡର କଲେ ରାହୁଲ, ଜାଣନ୍ତୁ ପୁରା ମାମଲା......
କଂଗ୍ରେସ ଏମପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲକ୍ଷ୍ନୌର ଏମପି-ବିଧାୟକଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଭାରତୀୟ ସେନା ଉପରେ ଦିଆଯାଇଥିବା କଥିତ ମାନହାନି ମନ୍ତବ୍ୟ ସହିତ ଜଡିତ ଏକ ମାନହାନି ମାମଲା ଅଧୀନରେ ଏହି ଆତ୍ମସମର୍ପଣ କରିଥିଲେ। କୋର୍ଟରେ ଆତ୍ମସମର୍ପଣ କରିବା ପରେ ତୁରନ୍ତ ରାହୁଲ ଗାନ୍ଧୀଙ୍କ ଓକିଲ ଜାମିନ ଆବେଦନ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଥିଲେ ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।
୧୬ ଡିସେମ୍ବର ୨୦୨୨ର, ଯେତେବେଳେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଗଲୱାନ ଉପତ୍ୟକା ସଂଘର୍ଷକୁ ଉଲ୍ଲେଖ କରି ଅଭିଯୋଗ କରିଥିଲେ ଯେ, "ଚାଇନା ସୈନିକମାନେ ଆମର ସୈନିକମାନଙ୍କୁ ହତ୍ୟା କରୁଛନ୍ତି, କିନ୍ତୁ ଗଣମାଧ୍ୟମ ସେମାନଙ୍କୁ ପ୍ରଶ୍ନ କରୁନାହିଁ।" ସେତେବେଳେ ଏହି ବୟାନକୁ ସେନା ପ୍ରତି ଅପମାନଜନକ ବୋଲି ବର୍ଣ୍ଣନା କରାଯାଇଥିଲା।

ଭାରତୀୟ ସେନା ଡିସେମ୍ବର ୧୨ ରେ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଥିଲା ଯେ ଚୀନ ସୈନିକମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହାର କଡ଼ା ଜବାବ ଭାରତୀୟ ସେନା ଦେଇଥିଲା। ଏହା ପରେ, ଚୀନ ସୈନିକମାନେ ଫେରି ଆସିଥିଲେ ଏବଂ ସଂଘର୍ଷରେ ଉଭୟ ପକ୍ଷ ସାମାନ୍ୟ ଆହତ ହୋଇଥିଲେ।
ସୀମା ସଡ଼କ ସଂଗଠନ (BRO)ର ଅବସରପ୍ରାପ୍ତ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ସେନା ଉପରେ ଦେଇଥିବା ଏହି ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ରାହୁଲ ଗାନ୍ଧୀ ଭାରତୀୟ ସେନାର ଛବି ନଷ୍ଟ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ମିଥ୍ୟା ଏବଂ ମାନହାନିଜନକ ବୟାନ ଦେଇଛନ୍ତି।
ଲକ୍ଷ୍ନୌର ଏମପି-ବିଧାୟକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବରେ ବିଚାର କରି ସମନ କରିଥିଲେ। ସେ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏବଂ ଜାମିନ ପାଇଥିଲେ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣିର ତାରିଖ କୋର୍ଟ ଦ୍ୱାରା ର୍ନିଣ୍ଣୟ କରାଯିବ, ଯେଉଁଥିରେ ପକ୍ଷମାନଙ୍କ ଯୁକ୍ତି ଶୁଣାଯିବ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications