• search
For Quick Alerts
Turn On Notification  
For Daily Alerts

ଲକଡାଉନ ନେଇ ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ବିରୋଧର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଯୋଗୀ ସରକାର

|

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଭୟାବହତା ବଢିବାରେ ଲାଗିଛି । ଭୟାନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ସମେତ ପାଞ୍ଚଟି ସହରରେ ଲକଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟର ଯୋଗୀ ସରକାର ଏଥିପାଇଁ ଆଦୌ ପ୍ରସ୍ତୁତ ନୁହଁ । ଯୋଗୀ ସରକାର ଆଜି କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହା ସହିତ ଯୋଗୀ ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ଲୋକଙ୍କ ଜୀବନ ବଞ୍ଚାଇବା ସହିତ ସେମାନଙ୍କୁ ସେମାନଙ୍କର ଜୀବିକା ମଧ୍ୟ ବଞ୍ଚାଇବାକୁ ପଡ଼ିବ ।

Supreme-Court-India

ସୂଚନାଯୋଗ୍ୟ, ରାଜଧାନୀ ଲକ୍ଷ୍ନୌ ସମେତ ପାଞ୍ଚଟି ସହରରେ ଆହ୍ଲାବାଦ ହାଇକୋର୍ଟ ଲକଡାଉନ୍ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ନିର୍ଦ୍ଦେଶ ଅନୁସାରେ, ଆଜି ରାତିରୁ ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ, କାନପୁର ନଗର ଏବଂ ଗୋରଖପୁରରେ ଲକଡାଉନ୍ ଲାଗୁ କରାଯିବା ଉଚିତ ଏବଂ ଏହା 26 ଅପ୍ରେଲ୍ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋର୍ଟ ତାଙ୍କ ନିର୍ଦ୍ଦେଶରେ ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନରେ ଆବଶ୍ୟକ ସେବା ବ୍ୟତୀତ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ । ମଲ୍, ରେସ୍ତୋରାଁ, ଖାଦ୍ୟ ଦୋକାନ, ବିଦ୍ୟାଳୟ, କାର୍ଯ୍ୟାଳୟ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଜରାତି ଦୋକାନ ଏବଂ ମେଡିକାଲ ଷ୍ଟୋରରେ ତିନିରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ଧାର୍ମିକ ସ୍ଥାନଗୁଡିକ ମଧ୍ୟ ବନ୍ଦ ରହିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆହ୍ଲାବାଦ କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ମଙ୍ଗଳବାର (ଏପ୍ରିଲ 20) ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ଆଜି ଯୋଗୀ ସରକାର ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ନିଜର ଆବେଦନ କରିବେ । ଯୋଗୀ ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ, ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଛି ଏବଂ କରୋନା ନିୟନ୍ତ୍ରଣ ପାଇଁ କଠୋରତା ଆବଶ୍ୟକ । ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଜୀବନ ବଞ୍ଚାଇବା ସହିତ ଗରିବ ଲୋକଙ୍କ ଜୀବିକା ମଧ୍ୟ ବଞ୍ଚାଇବାକୁ ପଡିବ । ଏଭଳି ପରିସ୍ଥିତିରେ ସହରଗୁଡ଼ିକରେ ସମ୍ପୂର୍ଣ୍ଣ ଲକଡାଉନ୍ କରାଯିବ ନାହିଁ ।

ଏହି ସୂଚନା ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସୂଚନା) ନବନୀତ୍ ସେହଗାଲ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ୟୁପି ସରକାର 5 ଟି ସହରରେ ଲକଡାଉନ୍ କରିବେ ନାହିଁ, କିଛି ପ୍ରତିବନ୍ଧକ ଲାଗୁ କରାଯିବ । ଉତ୍ତରପ୍ରଦେଶ ସରକାର କୋର୍ଟର ପର୍ଯ୍ୟବେକ୍ଷଣ ସମ୍ପର୍କରେ ଏକ ଉତ୍ତର ପଠାଉଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube

English summary
UP Govt Moves Supreme Court Against Allahabad High Court Order on Imposing Lockdow n in 5 cities.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X