ବରେଲି ସିଟି ମାଜିଷ୍ଟ୍ରେଟଙ୍କୁ ନିଲମ୍ୱନ କଲେ ୟୁପି ସରକାର

ଉତ୍ତର ପ୍ରଦେଶ ବରେଲିର ସିଟି ମାଜିଷ୍ଟ୍ରେଟ୍ ଅଳଙ୍କାର ଅଗ୍ନିହୋତ୍ରୀଙ୍କ ଇସ୍ତଫାକୁ ନେଇ ଉତ୍ତର ପ୍ରଦେଶର ପ୍ରଶାସନିକ ମହଲରେ ହଲଚଲ । ଅଗ୍ନିହୋତ୍ରୀ ତାଙ୍କ ଇସ୍ତଫା ପଛର କାରଣ UGC ନିୟମାବଳୀ ଓ ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଅପମାନ ବୋଲି ଦର୍ଶାଇଛନ୍ତି । ତେବେ ଇସ୍ତଫା ଦେବା ପରେ ରାଜ୍ୟ ସରକାର ଅଗ୍ନିହୋତ୍ରୀଙ୍କୁ କାର୍ଯ୍ୟରୁ କରିଛନ୍ତି ନିଲମ୍ବିତ ।

UP

ଏମିତିକି ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି । ବରେଲି ଡିଭିଜନର ଡିଭିଜନାଲ କମିଶନରଙ୍କୁ ତଦନ୍ତ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ଏକ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅଳଙ୍କାର ଅଗ୍ନିହୋତ୍ରୀଙ୍କୁ ଶାମଲିର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ସଂଲଗ୍ନ କରାଯାଇଛି।

ପ୍ରଶାସନ କହିଛି ଯେ ସମଗ୍ର ମାମଲାର ଏକ ନିରପେକ୍ଷ ତଦନ୍ତ କରାଯିବ । ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ।ଅଳଙ୍କାର ଅଗ୍ନିହୋତ୍ରୀ ଜାନୁଆରୀ ୨୬ ତାରିଖରେ ଦୁଇଟି ପ୍ରମୁଖ ପ୍ରସଙ୍ଗ ଉଦ୍ଧୃତ କରି ତାଙ୍କର ଇସ୍ତଫା ପତ୍ର ସାର୍ବଜନୀନ କରିଥିଲେ। ତାଙ୍କ ଇସ୍ତଫାପତ୍ରରେ, ଅଳଙ୍କାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନୂତନ ୨୦୨୬ ନିୟମକୁ ଦମନକାରୀ ବୋଲି ବର୍ଣ୍ଣନା କରିଥିଲେ । ପ୍ରୟାଗରାଜ ମାଘ ମେଳାରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରର ପ୍ରତିବାଦ କରିଥିଲେ। ତାଙ୍କ ଇସ୍ତଫା ପରେ, ବରେଲି ପ୍ରଶାସନ ସକ୍ରିୟ ହୋଇଥିଲା।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବାସଭବନରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ଫଳ ମିଳିଲା ନାହିଁ।ସେପଟେ ଅଳଙ୍କାର ଅଗ୍ନିହୋତ୍ରୀ ପ୍ରଶାସନ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଆଲୋଚନା ବାହାନାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବାସଭବନକୁ ଡକାଯାଇଥିଲା । ସେଠାରେ ତାଙ୍କୁ ବନ୍ଧକ ରଖାଯାଇଥିଲା । ସେ ଦାବି କରିଛନ୍ତି ଯେ ପରିସ୍ଥିତି ଗମ୍ଭୀର ହେବା ପରେ, ସେ ତୁରନ୍ତ ଜଣେ ବରିଷ୍ଠ ସଚିବଙ୍କୁ ଡାକି ସେମାନଙ୍କୁ ଜଣାଇଥିଲେ ଯେ ତାଙ୍କୁ ବଳପୂର୍ବକ ଅଟକ ରଖାଯାଇଛି ।

ପୋଲିସ କ୍ୟାପ୍‌ଟେନ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ତଥାପି, ରାଜ୍ୟ ସରକାର ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛନ୍ତି । କହିଛନ୍ତି ଯେ ତଦନ୍ତ ପରେ ହିଁ ସତ୍ୟ ପ୍ରକାଶ ପାଇବ।ଅଳଙ୍କାର ଅଗ୍ନିହୋତ୍ରୀ ମୂଳତଃ କାନପୁରର। ତାଙ୍କ ପାରିବାରିକ ଜୀବନ ସଂଘର୍ଷପୂର୍ଣ୍ଣ। ପ୍ରାୟ ଦଶ ବର୍ଷ ବୟସରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ପରିବାରର ବଡ଼ ସନ୍ତାନ ହୋଇଥିବାରୁ, ସେ କମ୍ ବୟସରେ ଦାୟିତ୍ୱର ଭାରଗ୍ରସ୍ତ ହୋଇଥିଲେ। କଷ୍ଟକର ପରିସ୍ଥିତି ସତ୍ତ୍ୱେ, ସେ ତାଙ୍କ ପାଠପଢ଼ା ଜାରି ରଖି ପ୍ରଶାସନିକ ସେବାରେ ସ୍ଥାନ ପାଇବା ପାଇଁ ଆଗକୁ ବଢ଼ିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+