ଇନ୍ଦ୍ର ଦେବଙ୍କ ନାମରେ ତହସିଲରେ ଅଭିଯୋଗ ପତ୍ର ଦେଲେ ଚାଷୀ
ଉତ୍ତର ପ୍ରଦେଶର ଜଣେ ଚାଷୀ ବର୍ଷାକୁ ଅପେକ୍ଷା କରି କରି ଶେଷରେ ଇନ୍ଦ୍ର ଦେବତାଙ୍କ ଉପରେ ରାଗି ତହସିଲରେ ଅଭିଯୋଗ ପତ୍ର ଦେଇଛନ୍ତି।
ଲକ୍ଷ୍ନୌ: ଦେଶର ଅନେକ କୃଷି ବହୁଳ ରାଜ୍ୟରେ ବର୍ତ୍ତମାନ ପ୍ରବଳ ବର୍ଷ ହେଇ ବନ୍ୟା ସ୍ଥିତି। ଆହୁରି କିଛି ରାଜ୍ୟରେ ଏବେ ଯାଏ ବର୍ଷା ଦେଖା ନାହିଁ। ବର୍ଷାର ଅପେକ୍ଷା କରି ଦୁଃଖିତ ଚାଷୀ। ତେବେ ଉତ୍ତର ପ୍ରଦେଶର ଜଣେ ଚାଷୀ ବର୍ଷାକୁ ଅପେକ୍ଷା କରି କରି ଶେଷରେ ଇନ୍ଦ୍ର ଦେବତାଙ୍କ ଉପରେ ରାଗି ତହସିଲରେ ଅଭିଯୋଗ ପତ୍ର ଦେଇଛନ୍ତି।

ସୁମିତ କୁମାର ଯାଦବ ନାମକ ଏହି ଚାଷୀ ସ୍ଥାନୀୟ ତହସିଲରେ ନିଜର ଅସୁବିଧା ନେଇ ଅବଗତ କରିଥିଲେ। କହିଥିଲେ ଚଳିତ ବର୍ଷ ବର୍ଷାର ଦେଖା ନାହିଁ। ଚାଷ ଜମି ଫାଟି ଆଁ କଲାଣି। ତେବେ ଏଭଳି ପରିସ୍ଥିତିରେ ଥାନା ଅଧିକାରୀ ମଧ୍ୟ ସୁମିତଙ୍କ ଅଭିଯୋଗ ଗ୍ରହଣ କରିନଥିବା ଜଣାପଡିଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି। ଏମିତି ଘଟଣା ପ୍ରଥମ ବୋଲି ଲୋକେ କହିଛନ୍ତି । ଏହି ଅଭିଯୋଗ ପତ୍ରଟି ସୋସିଆଲ ମିଡିଆରେ ଭାଇରଲ ହେଉଛି। ତେବେ ଏହି ପତ୍ରକୁ ଗ୍ରହଣ କରି ନାହାନ୍ତି ରାଜସ୍ବ ଅଧିକାରୀ। ସେ ଏହାକୁ ଡୁପ୍ଲିକେଟ କହି ଆଗକୁ ବଢ଼ାଇବାକୁ ମନା କରି ଦେଇଛନ୍ତି।
କିଛି ମାସ ହେବ ଏହି ଅଞ୍ଚଳରେ ଟୋପାଏ ବି ବର୍ଷା ହୋଇ ନଥିବା ପତ୍ରରେ ଲେଖିଛନ୍ତି ସୁମିତ । ଏପରି ସ୍ଥିତି ଆଗକୁ ରହିଲେ ତାଙ୍କର ଚାଷ ହୋଇ ପାରିବ ନାହିଁ । ସେ କିପରି ପରିବାର ପୋଷଣ କରିବେ ସେ ନେଇ ଦୁଃଖ ପ୍ରକାଶ କରିଛନ୍ତି ।












Click it and Unblock the Notifications