ଦଳିତ ନାବାଳକଙ୍କୁ ଚଟାଇଲେ ପାଦ, 8 ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶର ରାଏବରେଲୀରେ ମାନବିକତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦଳିତ ନାବାଳକଙ୍କୁ କ୍ୟାମେରା ସାମ୍ନାରେ ନିର୍ଯାତନା ଦିଆଯାଇଛି।
ରାଏବରେଲୀ: ଉତ୍ତରପ୍ରଦେଶର ରାଏବରେଲୀରେ ମାନବିକତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦଳିତ ନାବାଳକଙ୍କୁ କ୍ୟାମେରା ସାମ୍ନାରେ ନିର୍ଯାତନା ଦିଆଯାଇଛି। ଏଥିସହ ତାଙ୍କୁ ଅଭିଯୁକ୍ତର ପାଦ ଚାଟିବାକୁ ବାଧ୍ୟ କରାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ପୀଡିତ ଦଳିତ ଛାତ୍ର ଦଶମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ରାଏବରେଲୀ ପୋଲିସ୍ ଅଧୀକ୍ଷକ ଶ୍ଲୋକ କୁମାର କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ପୀଡିତା ଦଳିତ ଛାତ୍ର ପଢନ୍ତି, ଉକ୍ତ ଅଭିଯୁକ୍ତ ମାନେ ମଧ୍ୟ ସେଠାରେ ପଢନ୍ତି । ପୀଡ଼ିତଙ୍କ ମା' କିଛି ଅଭିଯୁକ୍ତଙ୍କ କ୍ଷେତରେ କାମ କରି ପରିବାର ଚଳାନ୍ତି। ତେବେ ଅଭିଯୁକ୍ତମାନେ ଏହି କାମ ପାଇଁ ପୀଡ଼ିତଙ୍କ ମା'ଙ୍କୁ ନିୟମିତ ଟଙ୍କା ମାଗନ୍ତି। ହେଲେ ସେ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କ ପୁଅ ଉପରେ ରାଗ ସୁଝାଇଛନ୍ତି ବୋଲି କୁହାଯାଉଛି।
ଭିଡିଓ ଭାଇରାଲ୍
ଭିଡିଓରେ ଜଣେ ନାବାଳକ କାନ ଧରି ତଳେ ବସିଛନ୍ତି। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଗୋଟିଏ ସ୍କୁଟିରେ ବସିଛି। ସେହିପରି ଅଭିଯୁକ୍ତର ସାଇଡରେ ଛିଡ଼ା ହୋଇଥିବା କିଛି ପିଲା ହସୁଛନ୍ତି। ଭୟରେ ତଳେ ବସିଥିବା ପିଲାଟି ଥରୁଥିଲେ ମଧ୍ୟ ସେମାନେ ତାଙ୍କୁ ନିର୍ଯାତନା ଦେବା ବନ୍ଦ କରିନଥିଲେ। ଜଣେ ଅଭିଯୁକ୍ତ ଦଳିତ ନାବାଳକଙ୍କୁ 'ଠାକୁର' ବନାନ ବା ସ୍ପେଲିଂ କ'ଣ? ତୁ ଆଗକୁ କ'ଣ ଏମିତି ଭୁଲ ଆଉ କରିବୁ ବୋଲି ପ୍ରଶ୍ନ କରୁଛି।
ଆଉ ଏକ ଭିଡିଓରେ ଅଭିଯୁକ୍ତମାନେ ଦଳିତ ନାବାଳକ ଜଣଙ୍କ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ସେମାନେ ନାବାଳକଙ୍କ ଗଞ୍ଜେଇ ବିକ୍ରିର ଅଭିଯୋଗ ଆଣିବା ପରେ ସେ ଭୟରେ ଏଥିରେ ହଁ ଭରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଶେଷରେ ଗାଡ଼ିରେ ବସିଥିବା ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ତାଙ୍କ ଗୋଡ଼ ଚାଟିବାକୁ ବାଧ୍ୟ କରିଥିଲେ। ସେ ମଧ୍ୟ କୌଣସି ଉପାୟ ନ ପାଇ ଅଭିଯୁକ୍ତର ଗୋଡ଼ ଚାଟିଛନ୍ତି।
ପୋଲିସର କାର୍ଯ୍ୟାନୁଷ୍ଠାନ
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୀଡିତାଙ୍କୁ ଖୋଜିବା ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଟିମ୍ ଗଠନ କରିଥିଲେ। ପୋଲିସ ଖୁବ୍ ଶୀଘ୍ର ସମସ୍ତ 7 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।












Click it and Unblock the Notifications