ସାମ୍ବାଦିକ ଜୁବୈରଙ୍କ ଜାମିନ ଆବେଦନ ଖାରଜ
ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଉତ୍ତର ପ୍ରଦେଶର ସେସନ କୋର୍ଟ । ସେହିପରି ଜୁବୈରଙ୍କ ଦାଏର କରିଥିବା ପୋଲିସ କଷ୍ଟଡି ମାମଲାରେ ଶୁଣାଣି 20 ତାରିଖରେ ହେବା ନେଇ ଜୁବୈରଙ୍କ ଓକିଲ ହରଜିତ ସିଂ ସୂଚନା ଦେଇଛନ୍ତି ।
ଲକ୍ଷ୍ନୌ: ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଉତ୍ତର ପ୍ରଦେଶର ସେସନ କୋର୍ଟ । ସେହିପରି ଜୁବୈରଙ୍କ ଦାଏର କରିଥିବା ପୋଲିସ କଷ୍ଟଡି ମାମଲାରେ ଶୁଣାଣି 20 ତାରିଖରେ ହେବା ନେଇ ଜୁବୈରଙ୍କ ଓକିଲ ହରଜିତ ସିଂ ସୂଚନା ଦେଇଛନ୍ତି । ଶୁକ୍ରବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଆପତ୍ତିଜନକ ଟ୍ବିଟ ମାମଲାରେ ବେଲ ପ୍ରଦାନ କରିଥିଲେ ।

2021 ଗତ ବର୍ଷ ନଭେମ୍ବର 25 ରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲର ସାମ୍ବାଦିକ ଆଶିଷ କଟିୟାର ଜୁବୈରଙ୍କ ନାମରେ ଅଭିଯୋଗ କରିଥିଲେ । ତାଙ୍କର ଅଭିଯୋଗ ଥିଲା କି, ଟ୍ୱିଟ୍ ମାଧ୍ୟମରେ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ ଜୁବୈର। ଇସ୍ରାଏଲ-ପାଲେଷ୍ଟାଇନ ବିବାଦକୁ ନେଇ ଏକ ଖବର ସଂସ୍ଥା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ନିଜର ଟିପ୍ପଣୀ ରଖିଥିଲେ ଜୁବୈର। ସେହି ଟ୍ୱିଟରେ ସେ ସେହି ଖବର ସଂସ୍ଥାକୁ ଟାର୍ଗେଟ କରିଥିଲେ। ଖବର ସଂସ୍ଥା ପକ୍ଷରୁ ଏକ ଫଟୋ ସହ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ ମଦିନାର ମସଜିଦ୍ ଫଟୋକୁ ଗାଜାର ପୁରୁଣା ଫଟୋ ସହ ଯୋଡ଼ି ପୋଷ୍ଟ କରାଯାଇଥିଲା।
ଅଭିଯୋଗ ପରେ ଲକ୍ଷୀମପୁର ଖେରୀ କୋର୍ଟ ତାଙ୍କୁ ସମନ ଜାରି କରିଥିଲା । ଗତ ସୋମବାର ଏହି ମାମଲାରେ କୋର୍ଟ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ସୀତାପୁର ଜେଲରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟରେ ସେ କୋର୍ଟରେ ହାଜର ହୋଇଥିଲେ । ଗତ 13 ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଏହା ବିଳମ୍ବ ହୋଇଥିଲା ।












Click it and Unblock the Notifications