ଯୋଗୀ କ୍ୟାବିନେଟର ସଂପ୍ରସାରଣ , ୪ ନେତାଙ୍କୁ ମିଳିଲା ମନ୍ତ୍ରୀପଦ
ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଚାରିଜଣ ନେତାଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ଓମ୍ ପ୍ରକାଶ ରାଜଭର, ସାବିବାବାଦର ସୁନୀଲ ଶର୍ମା, ଦାରା ସିଂ ଚୌହାନ ଏବଂ ଆରଏଲଡି କୋଟା ଅନିଲ କୁମାରଙ୍କୁ ଯୋଗୀ କ୍ୟାବିନେଟରେ ସାମିଲ କରାଯାଇଛି । ସୁନୀଲ ଶର୍ମା ୨୦୧୭ ମସିହା ଏବଂ ୨୦୨୨ ମସିହାରେ ଗାଜିଆବାଦର ସାହିବାବାଦ ସିଟରୁ ବିଜୟ ହାସଲ କରିଛନ୍ତି । ତେଣୁ ଯୋଗୀ ଏବେ ତାଙ୍କୁ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ଅନ୍ୟପଟେ ଓପି ରାଜଭର ୫ ବର୍ଷ ପରେ ପୁଣିଥରେ ଯୋଗୀ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ।

ସେପଟେ ଅନୀଲ କୁମାର ମୁଜଫରନଗର ଫୁରକାଜୀ ସିଟରୁ ଆରଏଲଡି ବିଧାୟକ ରହିଚନ୍ତି । ଆଉ ଏବେ ତାଙ୍କ ଦଳ ଏନଡିଏରେ ସାମିଲ ହେବା ପରେ, ତାଙ୍କୁ ମିଳିଛି ମନ୍ତ୍ରୀ ପଦ । ସେହିପରି ଦାରା ସିଂହ ଚୌହାନ ଗତ ୟୁପି ନିର୍ବାଚନ ସମୟରେ ସମାଜବାଦୀ ପାର୍ଟିକୁ ଚାଲିଯାଇଥିଲେ । ହେଲେ ପରେ ବିଧାୟକ ପଦରୁ ଇସ୍ତଫା ଦେଇ ସେ ବିଜେପିକୁ ରିଟର୍ଣ୍ଣ କରିଥିଲେ । ଏବେ ସେ ୟୁପି ବିଧାନ ପରିଷଦର ସଦସ୍ୟ ଅଛନ୍ତି ।












Click it and Unblock the Notifications