ଏହି କରାଣରୁ ସ୍ଥଗିତ ରହିଲା UP Board ଦଶମ-ଦ୍ୱାଦଶ ପରୀକ୍ଷା
୨୪ ଫେବୃଆରୀରୁ ଆରମ୍ଭ ହେଉଥିବା ବୋର୍ଡ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ଏବେ ହାଇସ୍କୁଲ ପରୀକ୍ଷା ୨୮ ଫେବୃଆରୀରୁ ଏବଂ ମଧ୍ୟମା ପରୀକ୍ଷା ୧ ମାର୍ଚ୍ଚରୁ ଆରମ୍ଭ ହେବ। ୨୬ ଫେବୃଆରୀରେ ମହାଶିବରାତ୍ରି ଅବସରରେ ମହାକୁମ୍ଭରେ ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଛି।

୨୪ ଫେବୃଆରୀରେ ହେବାକୁ ଥିବା ହାଇସ୍କୁଲ ଏବଂ ମଧ୍ୟମା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହା ସହିତ ବୋର୍ଡ ପରୀକ୍ଷାର ନୂତନ ତାରିଖ ମଧ୍ୟ ଘୋଷଣା କରିଛି। ୨୪ ଫେବୃଆରୀରେ ହେବାକୁ ଥିବା ପରୀକ୍ଷା ଏବେ ୯ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଏଥର ମୋଟ ୫୫.୨୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥର କପି ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା ସିସିଟିଭି ନଜରରେ ରହିବ।












Click it and Unblock the Notifications