ଚଳନ୍ତା ଟ୍ରେନରେ ଚାଲିଛି ନମାଜ ପାଠ, ଆପତ୍ତିରେ ଟ୍ବିଟ କଲେ ବିଧାୟକ
ଟ୍ରେନ ଭିତରେ ନମାଜ ପାଠକୁ ନେଇ ଚାଲିଛି ଚର୍ଚ୍ଚା । ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଚଳନ୍ତା ଟ୍ରେନରେ ନମାଜ ପାଠକୁ ନେଇ ଅନେକ ଆପତ୍ତି କରୁଥିବା ଦେଖାଯାଇଛି ।
ଲକ୍ଷ୍ନୌ: ଟ୍ରେନ ଭିତରେ ନମାଜ ପାଠକୁ ନେଇ ଚାଲିଛି ଚର୍ଚ୍ଚା । ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଚଳନ୍ତା ଟ୍ରେନରେ ନମାଜ ପାଠକୁ ନେଇ ଅନେକ ଆପତ୍ତି କରୁଥିବା ଦେଖାଯାଇଛି । ଉତ୍ତରପ୍ରଦେଶ ବିଧାୟକ ଦୀପଲାଲ ଭାରତୀ ଏହି ଭିଡିଓ ରେକର୍ଡ କରିଥିବା ଜଣା ପଡିଛି । ଏହାକୁ ସେ ଟ୍ବିଟରରେ ସେୟାର କରି ଲେଖିଛନ୍ତି ଯେ, ସେ ସତ୍ୟାଗ୍ରହ ଏକ୍ସପ୍ରେସରେ ସେ ଯାତ୍ରା କରୁଥିବା ବେଳେ 4 ଜଣ ମୁସଲମାନ ସଂପ୍ରଦାୟର ଲୋକ ଯାତ୍ରୀଙ୍କ ରାସ୍ତା ଅବରୋଧ କରି ନମାଜ ପାଠ କରୁଛନ୍ତି । ଏହି ଦୃଶ୍ୟ ସେ ନିଜ ଫୋନରେ କଏଦଦ କରି ନିଜର ଟ୍ବିଟରରେ ସେୟାର କରିଥିଲେ ।

कुशीनगर में ट्रेन के स्लीपर कोच के गलियारे में हिंदुओं को शक्ति प्रदर्शन दिखाने के लिए नमाज पढ़ी गई। @RailwayNorthern pic.twitter.com/uezFAB1uLb
— Prashant Umrao (@ippatel) October 22, 2022
ଏପରି କରିବା ସଂପୂର୍ଣ୍ଣ ଭୂଲ ବୋଲି ସେ କହିବା ସହିତ ଏନେଇ ଭାରତୀୟ ରେଲୱେରେ ଅଭିଯୋଗ କରିଛନ୍ତି ଦୀପଲାଲ । ଟ୍ରେନରେ ଆଗମୀ ଦିନରେ ଏପରି ନକରିବା ନେଇ ପଦକ୍ଷେପ ଏବଂ ଏହି ଘଟଣା ପାଇଁ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସେ । ଏଭଳି ଘଟଣା ସେ ପୂର୍ବରୁ ଦେଖିଥିବା ମଧ୍ୟ କହିଛନ୍ତି । ପୂର୍ବରୁ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।












Click it and Unblock the Notifications