ୟୁପି ବୋଟ ଟ୍ରାଜେଡି : 11 ଛୁଇଁଲା ମୃତ୍ୟୁ ସଂଖ୍ୟା

ଉତ୍ତର ପ୍ରଦେଶର ଯମୁନା ନଦୀରେ ଡଙ୍ଗା ବୁଡି ଘଟଣାରେ ଧିରେ ଧିରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପୂର୍ବରୁ ଏହି ଘଟଣାରେ 4ଜଣଙ୍କ ମୃତଦେହ ଉଦ୍ଧାର ହେଇଥିବାବେଳେ, ଆଜି ଫତେପୁର ନାରୁଲି ଘାଟରୁ ଆଉ 8ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯମୁନା ନଦୀରେ ଡଙ୍ଗା ବୁଡି ଘଟଣାରେ ଧିରେ ଧିରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପୂର୍ବରୁ ଏହି ଘଟଣାରେ 4ଜଣଙ୍କ ମୃତଦେହ ଉଦ୍ଧାର ହେଇଥିବାବେଳେ, ଆଜି ଫତେପୁର ନାରୁଲି ଘାଟରୁ ଆଉ 8ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛଇ । ଆଜି ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରେ 5 ପୁରୁଷ ଓ 3 ଜଣ ମହିଳା ରହିଥିବା ପୋଲିସ ସୂଚନା ଦେଇଛି । ଅନ୍ୟ ନିଖୋଜମାନଙ୍କୁ ବର୍ତ୍ତମାନ NDRF ଓ SDRF ଟିମ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

UP Banda boat capsize

ଗୁରୁବାର ଏକ ଡଙ୍ଗାରେ ପ୍ରାୟ 30ରୁ 40ଜଣ ଯାତ୍ରୀ ଫତେହପୁର ଜିଲ୍ଲାର ମାର୍କାରୁ ଜାରାଉଲି ଘାଟ ଅଭିମୁଖେ ଯାତ୍ରା କରୁଥିଲେ । ହଠାତ ଡଙ୍ଗାଟି ମଝି ନଦୀରେ ଓଲଟି ପଡିବା ପରେ ବୁଡି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଘଟଣାଦିନ 4ଟି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଟିମ।

ତେବେ ଏହି ବୋଟ ଟ୍ରାଜେଡିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶକରିବା ସହ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସମସ୍ତ ମୃତକଙ୍କ ପରିବାରକୁ 4ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ମୋଟ 15ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+