ୟୁପି ବିଧାନସଭାରେ ପାସ୍ ହେଲା 'ଲଭ ଜିହାଦ ବିଲ୍'
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାର ୨୦୨୧ରେ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ୨୦୨୧ ଗୃହରେ ପାରିତ କରିଥିଲେ । ଏହା ପରେ ସଂଶୋସ୍ତ ବିଲ୍ ୨୯ ଜୁଲାଇ ୨୦୨୪ ସୋମବାର ଆଗତ କରାଯାଇଥିଲା ଓ ଆଜି ଏହି ବିଲ୍ ପାସ ହୋଇଛି । ନୂଆ ସଂଶୋଧୂତ ବିଲରେ ପ୍ରଥମ ଥର ପାଇଁ ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି ଓ ବେଆଇନ ଧର୍ମ ପରିବର୍ତ୍ତନ ପାଇଁ ପାଣ୍ଠି ଯୋଗାଣକୁ ମଧ୍ୟ ଏହି ଆଇନ ପରିସରଭୁକ୍ତ କରାଯାଇଛି । ଏଥିରେ ବିଦେଶୀ ଅନୁଷ୍ଠାନ କିମ୍ବା କୌଣସି ବେଆଇନ ସଂସ୍ଥାର ପାଣ୍ଠି ମଧ୍ୟ ଅନ୍ତର୍ଭୁକ୍ତ ।
ଏହି ବିଲ୍ ରେ ପୂର୍ବରୁ ନିର୍ଦ୍ଧାରିତ ଅପରାଧ ପାଇଁ ଦଣ୍ଡ କୁ ଦ୍ୱିଗୁଣିତ କରାଯାଇଥିବା ବେଳେ ନୂଆ ଅପରାଧକୁ ମଧ୍ୟ ଯୋଡ଼ାଯାଇଛି ଯେଉଁଥିରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଏଭଳି ସ୍ଥିତିରେ ୟୁପିରେ ଲଭ୍ ଜିହାଦରେ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ଦେବା ପାଇଁ ଏକ ସଂଶୋଧିତ ବିଲ୍ ଗୃହରେ ଆଗତ ହୋଇଥିଲା ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଯୋଗୀ ସରକାର ୨୦୨୧ରେ ହିଁ ଉତ୍ତରପ୍ରଦେଶ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ୨୦୨୧ ଗୃହରେ ପାରିତ କରିଥିଲେ, ଯାହା ପରେ ସଂଶୋଧିତ ବିଲ୍ ୨୯ ଜୁଲାଇ ୨୦୨୪ ସୋମବାର ଆଗତ କରାଯାଇଥିଲା । ନୂଆ ସଂଶୋଧିତ ବିଲ୍ ରେ ପ୍ରଥମ ଥର ପାଇଁ ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ବେଆଇନ ଧର୍ମ ପରିବର୍ତ୍ତନ ପାଇଁ ପାଣ୍ଠି ମଧ୍ୟ ଏହି ଆଇନ ପରିସରଭୁକ୍ତ କରାଯାଇଛି ।












Click it and Unblock the Notifications