ରେଳ ବିଦ୍ୟୁତିକରଣ ଦିଗରେ ଅତୁଳନୀୟ ପ୍ରୋତ୍ସାହନ: ଚଳିତ ଏପ୍ରିଲ୍ -ସେପ୍ଟେମ୍ବର ମଧ୍ୟରେ ୮୫୧ ରୁଟ୍ କିଲୋମିଟର ବିଦ୍ୟୁତିକରଣ
ଅକ୍ଟୋବର 15-2013ରେ ନିଜେ ନେଇଥିବା ଐତିହାସିକ ଭୁଲକୁ ରାଜ୍ୟ ସରକାର ସ୍ୱୀକାର କରି କିଞ୍ଚିତ ସମାଧାନ କରିବାର ଘୋଷଣା ସ୍ୱାଗତଯୋଗ୍ୟ ।
ନୂଆଦିଲ୍ଲୀ: ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡ୍ ଗେଜ୍ ନେଟୱର୍କର ବିଦ୍ୟୁତିକରଣର ଯୋଜନା ଆରମ୍ଭ କରିଛି। ଏହାର ଫଳସ୍ବରୂପ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ, ଥ୍ରୁପୁଟରେ ବୃଦ୍ଧି ଓ ଇନ୍ଧନରେ ହେଉଥିବା ବ୍ୟୟ ହ୍ରାସ ପାଇଛି । ଏହା ଜରିଆରେ ବହୁମୁଲ୍ୟ ବିଦେଶୀ ମୁଦ୍ରାର ମଧ୍ୟ ସଞ୍ଚୟ ହୋଇପାରିଛି।

ଆର୍ଥିକ ବର୍ଷ ୨୦୨୨-୨୩ ସମୟରେ, ସେପ୍ଟେମ୍ବର ୨୦୨୨ ସୁଦ୍ଧା ଭାରତୀୟ ରେଳ ଆର୍ଥିକ ବର୍ଷ ୨୦୨୧-୨୨ ର ଏହି ଅବଧି ସମୟରେ ହାସଲ କରିଥିବା ୫୬୨ ରୁଟ୍ କିଲୋମିଟର (ଆରକେଏମ୍) ତୁଳନାରେ ୮୫୧ ରୁଟ୍ କିଲୋମିଟର (ଆରକେଏମ୍) ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିଛନ୍ତି।
ଏହା ଗତ ବର୍ଷର ଏହି ଅବଧିର ସଂଖ୍ୟା ଠାରୁ ୫୧.୪ ପ୍ରତିଶତ ଅଧିକ । ଏହି ଆର୍ଥିକ ବର୍ଷ ସମୟରେ ବିଦ୍ୟୁତିକରଣର ଲକ୍ଷ୍ୟ ୬୫୦୦ ଆରକେଏମ୍ । ୨୦୨୧-୨୨ ସମୟରେ ଭାରତୀୟ ରେଳ ଇତିହାସରେ ୬୩୬୬ ଆରକେଏମର ରେକର୍ଡ ବିଦ୍ୟୁତିକରଣ ହାସଲ କରିଥିଲା। ଏହା ପୂର୍ବରୁ ୨୦୨୦-୨୧ ସମୟରେ ସର୍ବାଧିକ ବିଦ୍ୟୁତିକରଣ ୬୦୧୫ ଆରକେଏମ୍ ଥିଲା। ୩୦ ସେପ୍ଟେମ୍ବର ୨୦୨୨ ସୁଦ୍ଧା, ଭାରତୀୟ ରେଳର ବିଜି ନେଟୱର୍କର ୬୫୧୪୧ ଆରକେଏମ୍ (କେଆରସିଏଲ୍ ସହିତ) ରେ ୫୩,୦୯୮ ବିଜି ଆରକେଏମ୍ ର ବିଦ୍ୟୁତିକରଣ କରାଯାଇସାରିଛି । ଯାହା ସମୁଦାୟ ବିଜି ନେଟୱର୍କର ୮୨.୫୧% ।












Click it and Unblock the Notifications